ବୁଗୁଡ଼ା : ସାର ପାଇଁ ତାତିଲେ, ତହସିଲଦାରଙ୍କ ସାର୍ଟ ଚିରିଲେ

Advertisment
୪ ବର୍ଷ ହେଲା କମୁଛି ହେକ୍ଟର ପିଛା ସାର ଖର୍ଚ

Kala Sepid Tarabar

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାରେ ସାର ସଂକଟ ଓ ଅଭାବୀ ବିକ୍ରିକୁ ନେଇ ଅଚଳାବସ୍ଥା ଜାରି ରହିଛି। ବୁଗୁଡ଼ା ଅଞ୍ଚଳର ଶତାଧିକ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ଉତ୍ତେଜିତ ଚାଷୀ ବୁଗୁଡ଼ା-ବାଲିପଦର ରାସ୍ତା ଷୋହଳମାଇଲି ଠାରେ ଅବରୋଧ କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ। ଖବର ପାଇ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା ପହଞ୍ଚି ସ୍ଥିତି ନିୟନ୍ତ୍ରଣ ଉଦ୍ୟମ କରୁଥିବା ବେଳ‌େ କିଛି ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରି ତାଙ୍କ ସାର୍ଟ ଚିରି ଦେଇଥିଲେ। ପୁଲିସ ପହଞ୍ଚି ତିନିଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ତେବେ ସାର ସଂକଟକୁ ନେଇ କୌଣସି ନିର୍ଯ୍ୟାସ ବାହାରି ନଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ସାର ବିକ୍ରେତା ଡିଲର୍‌ଙ୍କ ଠାରୁ ସାର ନେବା ଲାଗି ଚାଷୀ ମାନେ ଦୁଇଦିନ ହେଲା ଧାଡ଼ିରେ ଛିଡ଼ା ହେଉଥିଲେ। ହେଲେ ଡିଲର୍‌ ଆଣିଥିବା ୪୫୦ ବସ୍ତା ସାର ଆଜି ସରି ଯାଇଥିଲା। ଫଳରେ ସାର ନମିଳିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସାର ଯୋଗାଣ ଦାବିରେ ସେମାନେ ରାସ୍ତା ଅବରୋଧ କରିଥିଲେ। କୃଷି ଅଧିକାରୀ ଓ ଡିଲର୍‌ଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଶ୍ରୀ ଜେନା ପହଞ୍ଚି ଥିଲେ। ସେ ସମୟରେ ଜଣେ ଯୁବକ ମୋବାଇଲ୍‌ରେ ଭିଡ଼ିଓ କରୁଥିବାରୁ ତହସିଲଦାର ତାଙ୍କୁ ତାଗିଦ୍ କରିବା ସହ ମୋବାଇଲ୍ ‌ଛଡ଼ାଇ ଆଣିଥିଲେ। ଫଳରେ କିଛି ଯୁବକ ତହସିଲଦାରଙ୍କୁ ଘେରିଯାଇ ଗାଳିଗୁଲଜ କରି ଟଣାଓଟରା କରିବାରୁ ତାଙ୍କ ସାର୍ଟ ଚିରି ଯାଇଥିଲା। ଖବର ପାଇ ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲା। ତହସିଲଦାରଙ୍କୁ ଟଣାଓଟରା ଅଭିଯୋଗରେ ୩ଜଣ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe