adaderana.lk
କେନ୍ଦୁଝର, : କେନ୍ଦୁଝର ସହର ଉପକଣ୍ଠ ଶିରୀଷପାଳଠାରେ ଏକ ପରିତ୍ୟକ୍ତ କ୍ରସରରୁ ଚିପସ୍ ନେବା ଖବର ପାଇ ତହସିଲ ଟିମ୍ ଚଢ଼ଉ କରିବା ବେଳେ ସେମାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଟାଉନ ପୁଲିସ ଦୁଇ ଜଣଙ୍କୁ ଉଠାଇ ନେଇଛି। ସୂଚନା ଅନୁସାରେ, ଶିରୀଷପାଳ ଗ୍ରାମରେ ଗାୟତ୍ରୀ କନଷ୍ଟ୍ରକ୍ସନର ଏକ କ୍ରସର ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ବିକ୍ଷିପ୍ତ ଅବସ୍ଥାରେ କିଛି ଚିପସ୍, ମେଟାଲ ପଡି ରହିଛ।
ତେବେ ଗତ କିଛି ଦିନ ହେବ ସେହି ଗ୍ରାମର କିଛି ବ୍ୟକ୍ତି ଟ୍ରାକ୍ଟର ଲଗାଇ ଏହି ଚିପସ୍କୁ ଉଠାଇ ନେବା ବେଳେ ଆଜି ତହସିଲଦାର ଆଶିଷ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରିଥିଲେ। ତେବେ ଚଢ଼ଉ ବେଳେ କିଛି ବ୍ୟକ୍ତି ଗାଳି ଗୁଲଜ ସହିତ ଆକ୍ରମଣ କରିଥିଲେ ବୋଲି ତହସିଲଦାର ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଉକ୍ତ ଗ୍ରାମର ତାପସ ଗିରି ଏବଂ ଶୈଳେନ୍ଦ୍ର ଗିରିଙ୍କୁ ଉଠାଇ ଆଣିଛି। ଏଥିନେଇ ଥାନାର ମାମଲା ହୋଇଥିବା ଜଣାଯାଇଛି।
Follow Us