ବନରପାଳ: ଜ୍ୱାଇଁଙ୍କୁ କାଟୁରି ଚୋଟ, ହାଣିଦେଇ ଫିଙ୍ଗିଦେଲେ

ଦୋକାନରେ ପଶି ଆକ୍ରମଣ, ଜଣେ ଗୁରୁତର

Sambad English

ଅନୁଗୁଳ: ଅନୁଗୁଳ ଥାନା ଆଣଡିହ ନିକଟରେ ଆଜି ରାତିରେ ଏକ ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଠମଲ୍ଲିକ ଅଂଚଳର ଜଣେ ଯୁବକଙ୍କୁ ଶ୍ୱଶୁର ଘର ଲୋକେ କଟୁରିରେ ହାଣି ଦେଇଛନ୍ତି। ଯୁବକ ଜଣକ ହେଲେ ଦୀନବନ୍ଧୁ ଭୋଇ। ସୂଚନା ମୁତାବକ, ଦୀନବନ୍ଧୁ ଦ୍ୱିତୀୟ ବିବାହ କରିଛନ୍ତି। ସେ ଟ୍ରକରେ ତାଳଚେରରୁ କୋଇଲା ନେଇ ଯାଉଥିବା ବେଳେ ବାଟରେ ଗାଡି ଠିଆ କରି ଆକ୍ରମଣ କରାଯାଇଛି। କେଉଁ ଶ୍ୱଶୁର ଘର ଆକ୍ରମଣ କରିଛନ୍ତି ଓ କାହିଁକି କରିଛନ୍ତି ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ କଟୁରି ଚୋଟରେ ଦିନବନ୍ଧୁଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ମହିଧରପୁର ନିକଟସ୍ଥ ଏକ ମେଡ଼ିସିନ ଷ୍ଟୋର ନିକଟରେ ଗୁରୁତର ଅବସ୍ଥାରେ ତାଙ୍କୁ ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ମେଡିକାଲ କୁ ପଠାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe