ଟିଟିଇଙ୍କୁ ମାଡ଼ ଘଟଣାର ତଦନ୍ତ : ସସ୍‌ପେଣ୍ଡ ଆଇଆଇସିଙ୍କ ବୟାନ୍‌ ରେକର୍ଡ

Advertisment
ଟିଟିଇଙ୍କୁ ମାଡ଼ ଘଟଣାର ତଦନ୍ତ : ସସ୍‌ପେଣ୍ଡ ଆଇଆଇସିଙ୍କ ବୟାନ୍‌ ରେକର୍ଡ

ବ୍ରହ୍ମପୁର : ଚଳନ୍ତା ଟ୍ରେନ୍‌ରୁ ଟିଟିଇ ଡି.କିରଣ ସାଗରଙ୍କୁ ଟାଣି ଆଣି ମାଡ଼ ମାରିବା ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। କଟକରୁ ରେଳବାଇ ଏସ୍‌ପି ବନବିହାରୀ ସାହୁ ଗତକାଲି ରାତିରେ ବ୍ରହ୍ମପୁରରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣାରେ ସସ୍‌ପେଣ୍ଡ ହୋଇଥିବା ଥାନା ଜିଆର୍‌ପି ଆଇଆଇସି ରାଜେନ୍ଦ୍ର କୁମାର ମୁଣ୍ଡାଙ୍କ ବୟାନ୍‌ ରେକର୍ଡ କରିଛନ୍ତି। ସେପଟେ ଗୁରୁତର ଆହତ ଟିଟିଇ କିରଣ ବିଶାଖାପାଟଣା ରେଲେଓ୍ଵ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ଜିଆର୍‌ପି ବିରୋଧରେ କିରଣ ଦେଇଥିବା ଏତଲାକୁ ବିଶାଖାପାଟଣା ଜିଆର୍‌ପି ଗ୍ରହଣ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଗତ ୧୬ ତାରିଖ ରାତିରେ ପୁରୁଲିଆ-ଭିଲିପୁରମ୍‌ ଟ୍ରେନ୍‌ରେ ଟିଟିଇ କିରଣଙ୍କ ସହିତ ବ୍ରହ୍ମପୁର ଜିଆର୍‌ପି ଥାନା ଇନ୍‌ସ୍ପେକ୍ଟର ଶ୍ରୀ ମୁଣ୍ଡାଙ୍କ ଝଗଡ଼ା ହୋଇଥିଲା। ଏଥିରେ ଇନ୍‌ସ୍ପେକ୍ଟର୍‌ ମୁଣ୍ଡା ଉତ୍‌କ୍ଷିପ୍ତ ହୋଇ ଟିଟିଇଙ୍କୁ ଠେଲାପେଲା କରି ଗାଳିଗୁଳଜ କରିଥିଲେ। ଟ୍ରେନ୍‌ ବ୍ରହ୍ମପୁରରେ ଷ୍ଟେସନ୍‌ରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅନ୍ୟ କିଛି ଜିଆର୍‌ପି ପୁଲିସ ଟିଟିଇ କିରଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାରେ ଓଡ଼ିଶା ପୁଲିସ ଡିଜି ଇନ୍‌ସ୍ପେକ୍ଟର୍‌ ଶ୍ରୀ ମୁଣ୍ଡାଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe