ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଫେରାର

Advertisment
ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

ଜହ୍ନାପଙ୍କ : ବୌଦ୍ଧ ଆଦର୍ଶ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ରାମପୁର ଛକ ନିକଟରେ ବୁଧବାର ଦିନ ପ୍ରାୟ ୨ଟା ବେଳେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତା’ଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ତେଲିବନ୍ଧ ଗ୍ରାମର ହରିହର ପ୍ରଧାନ(୪୦) କିଛି କାମରେ ଘରୁ ବାହାରିଥିବା ବେଳେ ରାମପୁର ପାଖରେ ଜଣେ ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା। ତେବେ କୌଣସି କାରଣରୁ ଦୁହିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସେଠାରେ ପୂର୍ବରୁ ଥିବା ଆଉ କେତେଜଣ ଯୁବକ ମଧ୍ୟ ଆସି ସମ୍ପୃକ୍ତ ଯୁବକଙ୍କ ସହ ଯୋଗ ଦେଇଥିଲେ। ସେମାନେ ଠେଙ୍ଗା ସାହାଯ୍ୟରେ ହରିହରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମୁଣ୍ଡ ପଛପଟେ ମାଡ଼ ହେବାଦ୍ବାରା ସେ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ। ଏହାପରେ ଆକ୍ରମଣକାରୀ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହରିହରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତା’ଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ହରିହରଙ୍କ ପରିବାର ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ମାମଲା ଦାୟର ହୋଇଥିବା ବେଳେ ପୁଲିସ ଫେରାର ଆକ୍ରମଣକାରୀମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe