ଜୟପୁର : ମଦକୁ ନେଇ ବାଡାବାଡି, ତିନି ଗୁରୁତର

ଜୟପୁର : ମଦକୁ ନେଇ ବାଡାବାଡି, ତିନି ଗୁରୁତର

ଜୟପୁର : ମଦକୁ ନେଇ ଜୟପୁର କେନାଲ ରୋଡ଼ରେ ଥିବା ଏକ ମଦ ଦୋକାନରେ ବାଡ଼ାବାଡି। ଏଥିରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଜଣେ ସାମନ୍ୟ ଆହତ ହୋଇଛନ୍ତି। ସେମାନେ ହେଲେ ଜୟପୁର ସହରର ରାଜା ନାୟକ (୨୫), ଓସିସି କଲୋନୀର ହେବଲ ବାଘ(୨୭) ଓ ଅଜୟ ଚେଟି(୨୬) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଜୟପୁର ଟାଉନ ପୁଲିସ ପହଞ୍ଚି ତନାଘନା କରୁଛି।

publive-image

ମିଳିଥିବା ସୂଚନା ମୁତାବକ ମଦର ଦରକୁ ନେଇ ହେବଲ ଓ ଅଜୟ କାଉଣ୍ଟରକୁ ଯାଇଥିଲେ। ଏହି ସମୟରେ କାଉଣ୍ଟରରେ ଥିବା କର୍ମଚାରୀ ଜଣଙ୍କୁ ମାଡ଼ ମରିଥିଲେ। ପରେ ଅନ୍ୟ ଜଣେ ସେଠାକୁ ଯିବା ପରେ ତାଙ୍କୁ ମଧ୍ୟ ମାଡ଼ ମରିଥିଲେ। ସେଠାରେ ରାଜା ପହଁଚି ବୁଝାସୁଝା କରୁଥିବା ବେଳେ କାଉଣ୍ଟର କର୍ମଚାରୀମାନେ ମଧ୍ୟ ତାଙ୍କୁ ମାଡ ମାରିଥିବା ଜଣାପଡିଛି। ପୁଲିସ ମଦ କାଉଣ୍ଟରର ଦୁଇ ଜଣକୁ ଅଟକ ରଖି ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe