The Hans India
ଭୁବନେଶ୍ବର : ମାର୍କେଟ୍ ବିଲ୍ଡିଂ ଆତଙ୍କରାଜ ଘଟଣା ମନରୁ ନ ଲିଭୁଣୁ ଆଜି ରାତିରେ ୟୁନିଟ୍-୯ ଅଞ୍ଚଳରେ ପୁଣି ଏଭଳି ଏକ ଘଟଣା ଘଟିଛି। ୫ରୁ ୬ ଜଣ ଯୁବକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଯୁବକମାନେ ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଚୋଟ ପରେ ଚୋଟ ମାରିଛନ୍ତି। ତାଙ୍କ ଶରୀରରେ ଏକାଧିକ କ୍ଷତ ରହିଛି।
/sambad/media/post_attachments/wp-content/uploads/2020/02/bhubaneswar-unit-9-attack-case-300x164.jpg)
ଆହତ ଯୁବକ ହେଉଛନ୍ତି ପି. ଆକାଶ ଦୋରା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
Follow Us