ଯୁବକଙ୍କୁ ନିସ୍ତୁକ ମାଡ଼ : ପାଣି ମାଗିବାରୁ ଉପରେ ପରିସ୍ରା କଲେ

Advertisment

ଭାଇରାଲ୍ ଭିଡିଓକୁ ନେଇ ପୁଲିସର ତଦନ୍ତ ଆରମ୍ଭ, ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ, ୨ ଫେରାର୍

ଭାଇରାଲ୍ ଭିଡିଓକୁ ନେଇ ପୁଲିସର ତଦନ୍ତ ଆରମ୍ଭ, ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ, ୨ ଫେରାର୍

ଯୁବକଙ୍କୁ ନିସ୍ତୁକ ମାଡ଼ : ପାଣି ମାଗିବାରୁ ଉପରେ ପରିସ୍ରା କଲେ

ଖୋର୍ଦ୍ଧା : ସଦରଥାନା ଅନ୍ତର୍ଗତ କାଇପଦର ନିକଟସ୍ଥ ଭଟ୍ଟପଡ଼ା ଠାରେ ଜଣେ ଯୁବକକୁ ନିସ୍ତୁକ ମାଡ଼ ମାରିବା ଏବଂ ପାଣି ମାଗିବାରୁ ତାଙ୍କ ଉପରେ ପରିସ୍ରା କରିବା ଭିଡିଓ ଭାଇରାଲ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଏହି ମାମଲାର ତଦନ୍ତ କରି ପୁଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି।

ସୂଚନା ଅନୁସାରେ, ବଙ୍ଗିଦାର ସୌମ୍ୟରଂଜନ ଦାସ ଓ ଭଟ୍ଟପଡ଼ାର ରାଜେନ୍ଦ୍ର ଭୂୟାଁ ଓରଫ ରାଜୁ ମଧ୍ୟରେ କୌଣସି କାରଣକୁ ନେଇ ପ୍ରାୟ ୮/୯ ଦିନ ପୂର୍ବେ ଝଗଡ଼ା ହୋଇଥିଲା । ଏ ନେଇ ପରସ୍ପର ସଦର ଥାନାରେ ଏତଲା ଦେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇ ମାମଲା ପ୍ରତ୍ୟାହାର ହୋଇଥିଲା । ତେବେ ୧୮ ତାରିଖରେ ଏକ ଭୋଜିରେ ଯୋଗ ଦେବା ପାଇଁ ରାଜେନ୍ଦ୍ର , ସୌମ୍ୟରଂଜନ ପାଇକରାୟ ଓ ତାଙ୍କ ଅନ୍ୟ ଜଣେ ସାଙ୍ଗ ସୌମ୍ୟରଂଜନ ଦାସଙ୍କୁ ଡାକିଥିଲେ । ତିନିହେଁ ସେଠାରେ ମଦ ପିଇବା ପରେ ପୂର୍ବ ଘଟଣାକୁ ନେଇ ପୁଣି ବଚସା ଓ ଗଣ୍ଡଗୋଳ ହୋଇଥିଲା । ଏହାପରେ ରାଜେନ୍ଦ୍ର ଓ ସୌମ୍ୟ ରଂଜନ ପାଇକରାୟ ଦୁହେଁ ମିଶି ସୌମ୍ୟରଂଜନ ଦାସକୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣାରେ ସୌମ୍ୟ ଦାସ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୌମ୍ୟରଂଜନ ପାଇକରାୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତ ୧୯ ତାରିଖରେ ସୌମ୍ୟରଞ୍ଜନ ଜାମିନରେ ମୁକୁଳିଛନ୍ତି।

publive-image

ତେବେ ଆଜି ଏହି ମାଡ଼ ଘଟଣାର ଦୁଇଟି ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଗାଁକୁ ଏକ ପୁଲିସ୍ ଟିମ୍ ଯାଇଥିଲେ। ତେବେ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ କହିବା କଥା, ପୂର୍ବେ ସୌମ୍ୟରଂଜନ ପାଇକରାୟ ବଂଗିଦାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ତେବେ ଏହାକୁ ଯୁବତୀଙ୍କ ପରିବାର ବିରୋଧ କରିବା ସହ ସୌମ୍ୟରଂଜନ ଦାସ ଓ ସୌମ୍ୟରଂଜନ ପାଇକରାୟଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଉଭୟ ପରିବାର ବସି ଆପୋସ ବୁଝାମଣା ହୋଇଥିଲା ।

ଏ ନେଇ ସଦରଥାନା ଇନ୍‌ସପେକ୍ଟର ବିଚିତ୍ରାନନ୍ଦ ପରିଡ଼ା କହିଛନ୍ତି ଯେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ବିରୋଧରେ ବହୁ ଅପରାଧିକ ଅଭିଯୋଗ ରହିଛି । ଉଭୟ ବାରମ୍ବାର ଗଣ୍ଡଗୋଳ କରନ୍ତି ଓ ପରେ ନିଜ ନିଜ ମଧ୍ୟରେ ଆପୋସ ବୁଝାମଣା କରିଥାନ୍ତି । ତେବେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ ଚଳାଇଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe