କୋର୍ଟ ପରିସରରେ ପୁଲିସ ବାବୁଙ୍କୁ ମାଡ଼

Advertisment

ଜଣେ ମହିଳା ପିଟିଥିବା ନେଇ ଅଭିଯୋଗ, ମାଡ଼ ଘଟଣାକୁ ଅସ୍ବୀକାର କଲେ ଏସ୍‌ଆଇ  

ଜଣେ ମହିଳା ପିଟିଥିବା ନେଇ ଅଭିଯୋଗ, ମାଡ଼ ଘଟଣାକୁ ଅସ୍ବୀକାର କଲେ ଏସ୍‌ଆଇ  

କୋର୍ଟ ପରିସରରେ ପୁଲିସ ବାବୁଙ୍କୁ ମାଡ଼

Sarkari Result

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିସରରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପୁଲିସ ଅଧିକାରୀଙ୍କୁ ଚପଲରେ ପିଟିଛନ୍ତି ଜଣେ ମହିଳା। ମହିଳା ଜଣକ ରାଗରେ ସଂପୃକ୍ତ ଅଧିକାରୀଙ୍କୁ ଚପଲରେ ପିଟିପିଟି ନିଜେ ବେହୋସ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଝିଅକୁ ଯୌତୁକ ନିର୍ଯାତନା ମାମଲାରେ ଅଧିକାରୀ ନିଷ୍କ୍ରିୟ ରହୁଥିବାରୁ ସେ ତାଙ୍କୁ ଆଜି ଚପଲରେ ପିଟିଥିଲେ ବୋଲି ମହିଳା ଜଣକ କହିଥିଲେ ବି ପୁଲିସ ଅଧିକାରୀ ବିଜୟ କୁମାର ବରାଳ କିନ୍ତୁ ମାଡ଼ ଖାଇବା ଘଟଣାକୁ ଅସ୍ବୀକାର କରିଛନ୍ତି। ଶ୍ରୀ ବରାଳ ଏବେ ରାଜନଗର ଥାନାରେ ସବ୍‌ଇନ୍‌ସ୍ପେକ୍ଟର୍‌ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ପୃକ୍ତ ମହିଳା ହେଲେ, ପଟ୍ଟାମୁଣ୍ଡାଇ ଚନ୍ଦନଗରସ୍ଥିତ ବାଲିଆ ଅଂଚଳର ସଂଯୁକ୍ତା ନାଥ। ଶ୍ରୀମତୀ ନାଥ କହିଛନ୍ତି, ଝିଅକୁ ଯୌତୁକ ନିର୍ଯାତନା ମାମଲାରେ ଏସ୍‌ଆଇ ଶ୍ରୀ ବରାଳ ତାଙ୍କୁ ବହୁତ ହଇରାଣ କରିଥିଲେ। ଆଜି ପରିବାର ଅଦାଲତରେ ସେ ମୋତେ ଧକ୍କା ମାରିଥିଲେ। ମୁଁ ଅପମାନ ସହି ନପାରି ତାଙ୍କୁ ଚପଲରେ ମାରିଛି। ଅନ୍ୟପକ୍ଷରେ, ଏସ୍‌ଆଇ ଶ୍ରୀ ବରାଳ କହିଛନ୍ତି ଯେ ସଂପୃକ୍ତ ମହିଳାଙ୍କ ଝିଅର ଯୌତୁକ ମାମଲାରେ ପୁଲିସ ପକ୍ଷରୁ ଆବଶ୍ୟକ ପ‌ଦକ୍ଷେପ ଗ୍ରହଣ କରାଯାଇଛି। ଆଜି କୋର୍ଟକୁ ସାକ୍ଷୀ ଦେବାପାଇଁ ଆସିଥିଲି। ମା', ଝିଅ ଦେଖି ମୋତେ କୋର୍ଟ ଭିତରେ ଗୋଡ଼ାଇ ଥିଲେ।  ମୁଁ ବାହାରକୁ ପଳାଇ ଆସିଛି। ଚପଲରେ ମାଡ଼ ମାରିଥିବା କଥାକୁ ସେ ଅସ୍ବୀକାର କରିଛନ୍ତି। ଅନ୍ୟପଟେ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ତପନ ନାୟକ କହିଛନ୍ତି ଯେ ଏ ସଂପର୍କିତ ଏକ ଅଭିଯୋଗ ତାଙ୍କ ହସ୍ତଗତ ହୋଇଛି, ମାମଲା ରୁଜୁ କରାଯାଇ ତଦନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe