ଦୁର୍ଘଟଣା ଘଟାଇ ଦାଦାଗିରି, ଛେଚା ଖାଇଲେ ଦୁଇ ଯୁବକ

ଦୁର୍ଘଟଣା ଘଟାଇ ଦାଦାଗିରି, ଛେଚା ଖାଇଲେ ଦୁଇ ଯୁବକ

ରାଉରକେଲା: କୋଏଲନଗରରେ ମଦ ନିଶାରେ ଚୁର୍‌ ହୋଇ ବାଇକ୍‌ରେ ଯାଉଥିବା ଦୁଇ ଯୁବକ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇଛନ୍ତି। ଫଳରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଝୀରପାଣି ପୁଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଥାନାକୁ ନେଇଛି। ଆହତଙ୍କ ପରିଚୟ ମିଳିପାରିନାହିଁ।

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଦୁଇ ଯୁବକ ବାଇକ୍‌ରେ ଯାଉଥିଲେ। ସମାନ ରାସ୍ତାରେ ଯାଉଥିବା ଆଉ ଜଣେ ବାଇକ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ କାବୁ କରି ମଦ ପିଇ କାହିଁକି ଗାଡ଼ି ଚଳାଉଥିବା ପଚାରିବାରୁ ଯୁବକ ଦ୍ବୟ ଓଲଟା ଗାଳିଗୁଲଜ କରିଥିଲେ। ଏଣୁ ସ୍ଥାନୀୟ ଲୋକ ନିର୍ଧୁମ ଛେଚିବାପରେ ଝୀରପାଣି ପୁଲିସକୁ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe