୫ ପୁଲିସ କର୍ମଚାରୀଙ୍କୁ ହାଣିଲା ଅଭିଯୁକ୍ତ

Advertisment

ହତ୍ୟା ମାମଲାରେ ନୋଟିସ୍‌ ଦେବାକୁ ଯାଇଥିଲେ

ହତ୍ୟା ମାମଲାରେ ନୋଟିସ୍‌ ଦେବାକୁ ଯାଇଥିଲେ

୫ ପୁଲିସ କର୍ମଚାରୀଙ୍କୁ ହାଣିଲା ଅଭିଯୁକ୍ତ

ନୀଳଗିରି: ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ନୋଟିସ୍‌ ଦେବାକୁ ଯାଇଥିବ‌ା ବେଳେ ଗ୍ରାମରକ୍ଷୀ ଓ ୫ ଜଣ ପୁଲିସ କର୍ମଚାରୀଙ୍କୁ କଟୁରିରେ ହାଣି କ୍ଷତାକ୍ତ କରିଛି ଅଭିଯୁକ୍ତ।
ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମୁଡ଼ିହି ସାହିର ପଦ୍ମଲୋଚନ ପାତ୍ର (୫୩) ଏକ ହତ୍ୟା ଉଦ୍ୟମ ମାମଲାରେ ସଂପୃକ୍ତି ଥିବା ନେଇ ପୁଲିସ ପକ୍ଷରୁ ନୋଟିସ୍‌ ଜାରି ହୋଇଥିଲା। ଏହି ନୋଟିସ୍‌ ଦେବାପାଇଁ ଆଜି ଗ୍ରାମରକ୍ଷୀ ଅରକ୍ଷିତ ମହାଳିକ ଅଭିଯୁକ୍ତ ଘରକୁ ଯାଇଥିଲେ।

ହେଲେ, ଅରକ୍ଷିତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ପଦ୍ମଲୋଚନ। ଖବର ପାଇବା ପରେ ନୀଳଗିରି ଥାନା ଏସ୍‌ଆଇ ବିରଞ୍ଚି ସାହୁ, ଏଏସ୍‌ଆଇ ପ୍ରବୋଧ ମଲ୍ଲିକ, ଏଏସ୍‌ଆଇ, ଅନନ୍ତ ମୁର୍ମୁ, କନେଷ୍ଟବଳ ଅର୍ଜୁନ ମାଡ଼ିଙ୍ଗା ଓ କନେଷ୍ଟବଳ ଦୀପକ ପ୍ରଧାନ ପଦ୍ମଲୋଚନଙ୍କ ଘରେ ପହଞ୍ଚିଥିଲେ। ତେବେ, ପୁଲିସଙ୍କୁ ଦେଖି ପଦ୍ମଲୋଚନ ଉତ୍‌କ୍ଷିପ୍ତ ହେବାସହ ଘରୁ ଏକ କଟୁରି ଓ ଲୁହାରଡ୍‌ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଆକ୍ରମଣରେ ଏସ୍‌ଆଇ ଶ୍ରୀ ସାହୁ, ଏଏସ୍‌ଆଇ ଶ୍ରୀ ମଲ୍ଲିକ, ଏଏସ୍‌ଆଇ ଶ୍ରୀ ମୁର୍ମୁ, କନେଷ୍ଟବଳ ଶ୍ରୀ ମାଡ଼ିଙ୍ଗା ଓ କନେଷ୍ଟବଳ ଶ୍ରୀ ପ୍ରଧାନ ଆହତ ହୋଇଥିଲେ। ଲହୁଲୁହାଣ ହେବାସତ୍ତ୍ବେ ବହୁକଷ୍ଟରେ ସେମାନେ ପଦ୍ମଲୋଚନକୁ କାବୁ କରି ଥାନାକୁ ଆଣିଥିଲେ।

ଉଲ୍ଲେଖଥାଉକି, ପଦ୍ମଲୋଚନ ୨୦୨୧ ମସିହାରେ ଏକ ହତ୍ୟା ଉଦ୍ୟମ ମାମଲା ଓ ପୁଲିସ ଗାଡ଼ି ଭଙ୍ଗାରୁଜା ମାମଲାରେ ଜଡ଼ିତ ରହିଛି। ନୀଳଗିରି ଥାନା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଉକ୍ତ ଘଟଣାର ତଦନ୍ତ କରୁଥିବା ବେଳେ ଥାନାରେ ହାଜର ହେବା ପାଇଁ ପଦ୍ମଲୋଚନକୁ ନୋଟିସ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe