କ୍ରସର ପରିଚାଳକଙ୍କୁ ଆକ୍ରମଣ ଘଟଣା: ୪ ଗିରଫ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଚଢ଼େଇଧରା : ଜେନାପୁର ଥାନା ରାହାଡ଼ପୁରସ୍ଥିତ ଏକେପି ଷ୍ଟୋନ କ୍ରସର ପରିଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜେନାପୁର ଥାନା ରମ୍ପେଇ ଗ୍ରାମର ବଳଦେବ ରାଉତ (୨୪), ରାଜେଶ ନନ୍ଦ (୨୩), ଦୁଃଶାସନ ସାହୁ (୨୫) ଓ ସନ୍ତୋଷ ରାଉତ। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏକେପି କ୍ରସର ପରିଚାଳକ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ଗତ ମେ ୨୬ ରେ ଆକ୍ରମଣ ହୋଇଥିଲା। ତାଙ୍କ ଭାଇ ସରୋଜ ପରିଡ଼ାଙ୍କ ଏତଲାକୁ ଭିତ୍ତିକରି ପୁଲିସ ୧୪୫/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୂର୍ବରୁ ରମ୍ପେଇ ଗ୍ରାମର ସଂଜୀବ ଜେନା, ତୁରଙ୍ଗ ଗ୍ରାମର କଳ୍ପତରୁ ସ୍ୱାଇଁ ଓ ତେନ୍ତୁଳିଖୁଣ୍ଟି ଗ୍ରାମର ରାଜେଶ କୁମାର ଜେନାଙ୍କୁ ଗିରଫ କରାଯାଇଛି।

କ୍ରସରରୁ ବେଆଇନ ଚାନ୍ଦା ଆଦାୟ ଓ ଦାଦାବଟିକୁ ନେଇ କ୍ରସର ମାଲିକମାନଙ୍କ ପକ୍ଷରୁ ପୂର୍ବରୁ ଏକ ଏତଲା ଦିଆଯାଇଥିଲା। ଏହି ଏତଲାକୁ ସଂଗ୍ରାମ ଲେଖାଇଥିବା ଦର୍ଶାଇ ଆକ୍ରମଣ ହୋଇଥିବା କୁହାଯାଇଥିଲା। ଏସପିଙ୍କ ନିର୍ଦେଶ ପରେ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ପୃଥକ ଟିମ୍‌ ଗଠନ କରାଯାଇଥିଲା। ଶେଷରେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଛତିଶଗଡ଼ରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe