ଗୁଣିଗାରେଡ଼ି ଅଭିଯୋଗରେ ଆକ୍ରମଣ ଘଟଣା, ସୁରକ୍ଷା ପାଇଁ ଏସ୍‌ପିଙ୍କୁ ଭେଟିଲେ ପରିବାରବର୍ଗ

Advertisment
ଗୁଣିଗାରେଡ଼ି ଅଭିଯୋଗରେ ଆକ୍ରମଣ ଘଟଣା, ସୁରକ୍ଷା ପାଇଁ ଏସ୍‌ପିଙ୍କୁ ଭେଟିଲେ ପରିବାରବର୍ଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମସ୍କାଗୁଡ଼ା ଗ୍ରାମରେ ଗୁଣିଗାରେଡ଼ି ଅଭିଯୋଗରେ ଗାଁରୁ ତଡ଼ିବା ପାଇଁ ସଂଘବଦ୍ଧ ଆକ୍ରମଣରେ ୩ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆଜି ପରିବାରବର୍ଗ କଳାହାଣ୍ଡି ଏସ୍‌ପିଙ୍କୁ ଭେଟି ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି। ସେମାନେ ମସ୍କାଗୁଡ଼ା ଛାଡ଼ି ଜୀବନ ବଞ୍ଚାଇବା ପାଇଁ ବାହାରେ ଆତ୍ମଗୋପନ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଗତକାଲି ଥୁଆମୂଳ ରାମପୁର ଥାନା ତଲଝାପି ପଞ୍ଚାୟତ ଲିଟିଜୋର ଅନ୍ତର୍ଗତ ମସ୍କାଗୁଡ଼ା ଗାଁରେ ଗୁଣିଗାରେଡ଼ି ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ସୁରେନ୍ଦ୍ର ନାଏକଙ୍କ ପରିବାର ସେହି ଗ୍ରାମର ରାମ ନାଏକ, କାଳୀରାମ ନାଏକ ଓ କାମେଶ୍ବର ନାଏକଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଶୁକ୍ରବାର ପରିବାର ଲୋକେ ଏସ୍‌ପି ଅଭିଳାଷ ଜି.ଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ଜୀବନ ବିପଦ ଥିବା ଯୋଗୁ ଗାଁ ଛାଡ଼ି ବାହାରେ ଆତ୍ମଗୋପନ କରିଛନ୍ତି। ତୁରନ୍ତ ପୁଲିସ୍‌ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe