ଜିଆରଏସଙ୍କୁ ଆକ୍ରମଣ କରି ଯୁବକ ଗିରଫ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ସୁକିନ୍ଦା: ସୁକିନ୍ଦା ଥାନା ଆମ୍ଫୋଳବା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)ଙ୍କୁ ଆକ୍ରମଣ ଘଟଣାରେ ଅଭଯୁକ୍ତ ସୁରେଶ ମଲିକ (୨୮)କୁ ପୁଲିସ ଗିରଫ କରିଛି। ଗତକାଲି ଗ୍ରାମ ରୋଜଗାର ସେବକ ଦୁଷ୍ମନ୍ତ କୁମାର ରଣା ନିଜ କାର୍ଯ୍ୟାଳୟରେ ବସି କାମ କରୁଥିବା ସମୟରେ ଆମ୍ଫୋଳବା ଗ୍ରାମର ସୁରେଶ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲା।

ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ଅନ୍ୟ ଲୋକମାନେ ପହଞ୍ଚିଯିବାରେ ସୁରେଶ ଫେରାର ହୋଇଯାଇଥିଲା। ଏନେଇ ଦୁଷ୍ମନ୍ତ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁକିନ୍ଦା ପୁଲିସ ଘଟଣାର ତଦନ୍ତ କରି ଆଜି ସୁରେଶକୁ ଗିରଫ କରି ୧୧୫/୨୩ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe