ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୨୫ଜଣଙ୍କୁ ଉଠାଇଲା ପୁଲିସ

Advertisment
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୨୫ଜଣଙ୍କୁ ଉଠାଇଲା ପୁଲିସ

ବିଂଝାରପୁର: ବିଂଝାରପୁର ବ୍ଲକ ବାଚ୍ଛୋଳ ପଞ୍ଚାୟତରେ ୫ଟି ବୁଥ୍‌ ଜବରଦଖଲ ଓ ଭୋଟ ବାକ୍ସ ଫିଙ୍ଗିବା ତଥା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ୨୫ ଜଣଙ୍କୁ ପୋଲିସ ଉଠାଇ ନେଇଛି। ଅପରାହ୍ନରେ ପୁଲିସ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଛି।

ଏସପି ରାହୁଲ ପିଆରଙ୍କ ନେତୃତ୍ଵରେ ବାଚ୍ଛୋଳ ଗ୍ରାମରେ ଶତାଧିକ ପୁଲିସ ପହଞ୍ଚି ଗ୍ରାମର ୧୦ ମହିଳାଙ୍କ ସମେତ ୨୫ ଜଣଙ୍କୁ ପୁଲିସ ଉଠାଇ ନେଇଛି। ଏସ୍‌ପିଙ୍କ ସୂଚନା ଅନୁସାରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ରାତିରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବିଂଝାରପୁର ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଗିରଫ ଭୟରେ ବାଚ୍ଛୋଳ ଗ୍ରାମ ଏକପ୍ରକାର ପୁରୁଷଶୂନ୍ୟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe