ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ କଲୋନିପଡ଼ାରେ ରହୁଥିବା ଯୁବକ ରଞ୍ଚିତ ଭୋଇଙ୍କୁ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ୩ ଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ସଂପୃକ୍ତ ଯୁବକମାନେ ସଂଘବଦ୍ଧ ଭାବେ ରଞ୍ଚିତଙ୍କୁ ଇଟା ଓ ବାଡ଼ିରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ପକାଇଥିଲେ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ରାତିରେ ଚଢ଼ଉ କରି ଅଭିଯୁକ୍ତ ଅରୁଣ ମାଝୀ ଓ ବିଶାଳ ଧରୁଆକୁ ଗିରଫ କରିଥିଲା। ଏଥିରେ ସଂପୃକ୍ତ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ପୁଲିସ କହିଛି। ସେମାନଙ୍କ ବିରୋଧରେ ଥାନା କେସ ନମ୍ବର ୧୯୦, ଆଇପିସିର ଦଫା ୩୪୧, ୩୨୩, ୩୦୭, ୫୦୬ ଓ ୩୪ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe