ଅଦାଲତରେ ସାକ୍ଷ୍ୟ ଦେବାରୁ ପ୍ରାଣାନ୍ତକ ଆକ୍ରମଣ      

Advertisment
ଅଦାଲତରେ ସାକ୍ଷ୍ୟ ଦେବାରୁ ପ୍ରାଣାନ୍ତକ ଆକ୍ରମଣ      

Oneindia

ଦେବଗଡ଼: କୋର୍ଟରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ କେନ୍ଦ୍ର କରି ଦେବଗଡ଼ ଥାନା ଅନ୍ତର୍ଗତ ଦନ୍ତାରୀବାହାଳ ଗ୍ରାମର ଶଙ୍କର ନାଏକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏହି ମାମଲାରେ କମଳ ଲୋଚନ ଭୋଇ ଓ ତାଙ୍କ ସ୍ତ୍ରୀ ବିନି ଭୋଇ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଦନ୍ତାରୀବାହାଳ ଗ୍ରାମର ଶଙ୍କର ନାଏକ ନିଜ ପଡୋଶୀ କମଳ ଲୋଚନ ଭୋଇ ଓ ତାଙ୍କ ସ୍ତ୍ରୀ ବିନି ଭୋଇଙ୍କ ଏକ ମାମଲାରେ ଗତ କିଛିଦିନ ତଳେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ତେବେ ମଙ୍ଗଳବାର ସଂଧ୍ୟାରେ ଶଙ୍କର କାମ ସାରି ଘରକୁ ଫେରୁଥିବା ବେଳେ କମଳ ଓ ସ୍ତ୍ରୀ ବିନି ତାଙ୍କୁ ଏକୁଟିଆ ପାଇ ଏକ ପଥର ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇ ଶଙ୍କର ତଳେ ପଡିଯିବା ପରେ ସଂପୃକ୍ତ ଦମ୍ପତି ସେଠାରୁ ଫେରାର୍‌ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ଭିମ୍‌ସାର୍‌କୁ ସ୍ଥାନାନ୍ତର କରାଯାଇଛି। ଏନେଇ ‌ତାଙ୍କ ପରିବାର ଲୋକ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଏହି ଘଟଣାରେ ବୁଧବାର କମଳ ଓ ବିନିଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe