ପୂର୍ବ ଶତ୍ରୁତାରୁ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାରୁ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

lokmat.com

ରଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ | ରଣପୁର ବ୍ଲକ ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ପଚାଂୟତ ଅଧୀନ ମୁକ୍ତାପୁର ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗାଁ ରେ ରହୁଥିବା ଗୋଟିଏ ପରିବାରର ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ କେରେଣ୍ଡାଟାଙ୍ଗୀ ପଚାଂୟତ ଅଧୀନ ମୁକ୍ତାପୁର ଗାଁ ରେ ପ୍ରଫୁଲ୍ଲ ପ୍ରଧାନ(୬୫)ନାମକ ଜଣେ ବୃଦ୍ଧ ବ୍ୟକ୍ତି ଏକ ସରକାରୀ ଜାଗାରେ ଦୀର୍ଘ ୪୦ ବର୍ଷ ଧରି ଘର କରି ରହି ଆସୁଥିଲେ । ଏ ନେଇ ସେହି ଗାଁର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ (୬୦) ଏହାକୁ ବିରୋଧ କରି ଆସୁଥିଲେ ।

ତେବେ ଉଭୟଙ୍କ ମଧ୍ୟରେ ସର୍ବଦା କଳହ ଲାଗିରହିଥିବାବେଳେ ଆଜି ଏହା ଉଗ୍ର ରୂପ ଧାରଣା କରିଥିଲା । ତେବେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ପ୍ରେମଲତା(୫୮) ମଧ୍ୟାହ୍ନ ୧ ଟାରେ ଘରେ ରୋଷେଇ କରୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ଣ୍ଣ ପ୍ରଧାନ ଓ ସମ୍ପର୍କୀୟମାନେ ହାତରେ ଠେଙ୍ଗା କଟୁରୀ ଧରି ପ୍ରେମଲତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବାମହାତକୁ ଧାରୁଆ କଟୁରୀରେ ହାଣି ପକାଇଥିଲେ । ପ୍ରେମଲତାଙ୍କ ପାଟି ଶୁଣି ପ୍ରଫୁଲ୍ଲ ଘଟଣାସ୍ଥଳରେ ପହଚିଂଯାଇଥିଲେ । ହେଲେ ଆକ୍ରମଣକାରୀଙ୍କ ଠାରୁ ସ୍ତ୍ରୀ ଙ୍କୁ ବଚାଂଇବା ପରିବର୍ତ୍ତେ ନିଜେ ଆକ୍ରମଣର ଶିକାର ହୋଇଥିଲେ ।

ତାଙ୍କ ମୁହଁରେ ଶକ୍ତ କଟୁରୀ ଚୋଟ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେଇଠାରେ ହିଁ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଉଭୟ ଦମ୍ପତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏ ନେଇ ପ୍ରଫୁଲ୍ଲଙ୍କ ପରିବାର ତରଫରୁ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲେ ହେଁ ପୁଲିସ ତଦନ୍ତ କରିବା ପରିବର୍ତ୍ତେ ଏହି ଘଟଣାକୁ କୁଆଡେ ସମାଧାନ କରିବାକୁ କ୍ଷତିଗ୍ରସ୍ତ ପରିବାରକୁ ଚାପ ପକାଉଥିବା ନେଇ ଆହତ ପ୍ରଫୁଲ୍ଲଙ୍କ ପୁଅ ଶାନ୍ତନୁ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe