ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଚାଞ୍ଚଲ୍ୟ, ହଷ୍ଟେଲ ଭିତରକୁ ପଶି ଦୁଇଛାତ୍ରଙ୍କ ତଣ୍ଟି କାଟିଲା ଦୁବୃତ୍ତ

Advertisment
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଚାଞ୍ଚଲ୍ୟ, ହଷ୍ଟେଲ ଭିତରକୁ ପଶି ଦୁଇଛାତ୍ରଙ୍କ ତଣ୍ଟି କାଟିଲା ଦୁବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲରେ ଗୁରୁବାର ରାତିରେ ଜଣେ ଦୁର୍ବୃତ୍ତ ହଠାତ୍‌ ପଶିଆସି ଉନ୍ମତ୍ତ କାଣ୍ଡ ଭିଆଇଛି। ହଷ୍ଟେଲ ଭିତରେ ଥିବା ଦୁଇଜଣ ଛାତ୍ରଙ୍କ ତଣ୍ଟି ବ୍ଲେଡ୍‌ରେ କାଟିଦେଇଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଛି। ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣକ ଗୁରୁବାର ରାତି ୮ଟାରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲ ଭିତରକୁ ପଶି ଆସିଥିଲା। ଭିତରେ ଥିବା ଛାତ୍ରମାନଙ୍କୁ ଦାଦାବଟି ମାଗିଥିଲା। ଟଙ୍କା ନଦେବାରୁ ରୁତୁରାଜ ସିଂହ ନାମକ ଜଣେ ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲା। ରୁତୁରାଜଙ୍କ ତଣ୍ଟିକୁ କାଟିଦେବାରୁ ଲଳିତ ମେହେର ନାମକ ଛାତ୍ର ପ୍ରତିବାଦ କରିଥିଲେ।

ଫଳରେ ଲଳିତଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଅନ୍ୟ ଛାତ୍ରମାନେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଆକ୍ରମଣକାରୀକୁ କାବୁ କରି ଟାଉନ ଥାନାରେ ଅଟକ ରଖିଛି। ଆକ୍ରମଣକାରୀର ନାଁ ସିମରନ ବୋଲି ଜଣାପଡ଼ିଛି। ସେ ଜଣେ ନିଶାଖୋର ଯୁବକ ଏବଂ ତା’ ନାଁରେ ଅନେକ ଅପରାଧ ମାମଲା ଥିବା ଜଣାପଡ଼ିଛି। ହଷ୍ଟେଲ ଭିତରକୁ ପଶି ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବାରୁ ବିଶ୍ବବିଦ୍ୟାଳୟରେ ଭୟର ମାହୋଲ ଦେଖାଦେଇଛି। ରୁତୁରାଜଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe