ତହସିଲଦାରଙ୍କୁ ଆକ୍ରମଣ  ମାମଲା: ୧୫ବର୍ଷ ପରେ ଆସିଲା ଚୂଡ଼ାନ୍ତ ରାୟ, ବିଜେପି ନେତା ମନୁଙ୍କ ସମେତ ୬୨ ନିର୍ଦ୍ଦୋ‌ଷ

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ବ୍ରହ୍ମପୁର : ୨୦୦୭ମସିହାରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ସହ କାର୍ଯ୍ୟାଳୟ ଭଂଗାରୁଜା ଘଟଣାରେ  ରୁଜୁ ହୋଇଥିବା ମାମଲାରେ ତତ୍କାଳନୀ କଂଗ୍ରେସ୍‌ ‌ଯୁବ ନେତା ତଥା ବର୍ତ୍ତମାନର ବିଜେପି ନେତା ମନୋରଂଜନ ଦ୍ୟାନସାମନ୍ତରା (ମନୁ)ଙ୍କ ସମେତ ୭୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଭିଯୁକ୍ତ ଥିଲେ। ଏହି ମାମଲାର ବିଚାରଣା କରି ସିଜେଏମ୍‌ ବିଷ୍ଣୁ ପ୍ରସାଦ ମିଶ୍ର ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ମନୁଙ୍କ ସମେତ ୬୨ଜଣ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ୨୦୦୭ମସିହା ଜୁନ୍‌୧୪ରେ ପାତ୍ରପୁର ଅଂଚଳର ଜଣେ ବ୍ୟକ୍ତି ବଜ୍ରାଘାତରେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପାତ୍ରପୁର ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଅଂଚଳବାସୀ ମୃତକଙ୍କ ଶବକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ତତ୍କାଳୀନ ତହସିଲଦାର କ୍ଷେତ୍ରମୋହନ ପଟ୍ଟନାୟକ ସେଠାରେ ପହଁଚିଥିଲେ। କିନ୍ତୁ ସେଠାରେ କେହି ଜଣେ ପଥର ଫିଙ୍ଗିବାରୁ ‌ଶ୍ରୀ ପଟ୍ଟନାୟକଙ୍କ ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଅଭିଯୁକ୍ତ ମନୁଙ୍କ ନେତୃତ୍ବରେ ଉତ୍ୟକ୍ତ ଲୋକେ ତହସିଲଦାରଙ୍କ କାର୍ଯ୍ୟାଳୟରେ ପଶି ଭଂଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିବା ନେଇ ତହସିଲଦାର ଜରଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲା। ସେଥିରେ ମନୁଙ୍କ ସମେତ ୭୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଥିଲେ। ପରେ ସେମାନେ ସର୍ତ୍ତମୂଳକ ଜାମିନ୍ ପାଇଥିଲେ। କେତେକ ଅଭିଯୁକ୍ତଙ୍କ ଏହାମଧ୍ୟରେ ମୃତ୍ୟୁ ହୋଇଗଲାଣି। ଆଜିଏହି ମାମଲାର ବିଚାରଣା କରି ସିଜଏମ୍‌ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe