ଚକ୍ରତୀର୍ଥରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ଚକ୍ରତୀର୍ଥରେ ପର୍ଯ୍ୟଟକଙ୍କୁ ଆକ୍ରମଣ

Odisha Tour

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍‌ କାଠକଟା ପଞ୍ଚାୟତ ଚକ୍ରତୀର୍ଥରେ ନୂଆବର୍ଷ ଅବସରରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନୂଆବର୍ଷ ପାଇଁ ଚକ୍ରତୀର୍ଥକୁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଏକକିମି ଦୂରରୁ ଏକ ଫାଟକ କରାଯାଇ ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ଗାଡ଼ିକୁ ଅଟକ ରଖାଯାଇଥିଲା।

ଅଭୟାରଣ୍ୟ ମଧ୍ୟରେ ଭୋଜି କରିବାକୁ ବାରଣ କରାଯାଇଥିଲା। ତେବେ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଶହଶହ ଗାଡ଼ି ରହିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। କାଠକଟା ମହାନ୍ତସାହିର ଜନୈକ ଯୁବକ ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ପିଟିଥିଲା। ଏପରିକି କେତେକଙ୍କୁ ଧକ୍କା ମାରି ଫେରାଇ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଖବରପାଇ ଆନନ୍ଦପୁର ପୁଲିସ ପହଞ୍ଚି ବିଜୁକୁ ଉଠାଇ ନେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe