ଯୁବତୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତକୁ ୪ବର୍ଷ ଜେଲ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ଜଗନ୍ନାଥପୁର ଗ୍ରାମରେ ୧୦ ମାସ ପୂର୍ବେ ଜଣେ ଯୁବତୀଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହକାରୀ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତ ଦୁଲା ମୁର୍ମୁ(୪୬)କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଓ ଜରିମନା ଅନାଦେୟ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ; ୨୦୨୧ ମସିହା ଜୁନ୍ ୧୫ ତାରିଖରେ ଜଗନ୍ନାଥପୁର ଗ୍ରାମର ସରସ୍ବତୀ ବାସ୍କେ ଓ ତାଙ୍କ ମା’ ଘରେ ଶୋଇଥିଲେ। ସେହି ଗ୍ରାମର ଦୁଲା ଏକ କୁରାଢ଼ି ଧରି ସେଠାରେ ପହଞ୍ଚିଥିଲେ ଓ ସରସ୍ବତୀଙ୍କ ମୁଣ୍ଡକୁ ଏକ ଚୋଟ ମାରିଥିଲେ। ସରସ୍ବତୀଙ୍କ ଚିତ୍କାର ଶୁଣି ମା’ ନିଦରୁ ଉଠି ପଡିବା ସହ ଦୁଲାଙ୍କୁ କାବୁ କରି ପଡୋଶୀଙ୍କୁ ଡାକିଥିଲେ। ଖବର ପାଇ ପୁଲିସ ପହଞ୍ଚି ଦୁଲାକୁ ଗିରଫ କରିଥିଲା।  ଏହି ମାମଲାର ରାୟ ଆଜି ପ୍ରକା‌ଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏପିପି ବ୍ରଜେନ୍ଦ୍ର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe