ମହିଳାଙ୍କୁ ଆକ୍ରମଣ ମାମଲାରେ ୫ ବର୍ଷ ଜେଲ୍‌

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

କେନ୍ଦୁଝର : ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ଆକ୍ରମଣକାରୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ସିଜେଏମ୍‌ ରଞ୍ଜୁଲତା ଲେଙ୍କା। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୯ ଏପ୍ରିଲ ୨୭ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଗାଁ ଥାନା ବଡ଼ଜାମୁପଶି ଗ୍ରାମର କସ୍ତୁରୀ ମହାନ୍ତ (୪୫) ଓ ବୃନ୍ଦାବନପୁର ଗ୍ରାମର ଲମ୍ବୋଦର ମହାନ୍ତ (୫୪)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କସ୍ତୁରୀ ଘରେ ଝାଡ଼ୁ କରୁଥିବା ସମୟରେ ଲମ୍ବୋଦର ପହଞ୍ଚି ପାଟିତୁଣ୍ଡ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲମ୍ବୋଦର ଏକ ପଥର ସାହାଯ୍ୟରେ କସ୍ତୁରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା।

କସ୍ତୁରୀଙ୍କ ମୁଣ୍ଡ ଓ ପିଠି ଶକ୍ତ ଆଘାତ ଲାଗିବା ସହ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କ ଗହଳି ଦେଖି ଲମ୍ବୋଦର ସେଠାରୁ ଚମ୍ପଟ ମାରିଥିଲା। ଗାଁ ଲୋକେ କସ୍ତୁରୀଙ୍କୁ ପ୍ରଥମେ ଘଟଗାଁ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏନେଇ କସ୍ତୁରୀ ଘଟଗାଁ ଥାନାରେ ଅଭିଯୋଗ କରିଥ‌ିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଲମ୍ବୋଦରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଆଜି ଲମ୍ବୋଦରକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଆଦେଶ ‌ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍‌। ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପିପି ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe