ବାପା-ମା’ଙ୍କୁ ଛୁରିରେ ଆକ୍ରମଣ କରି ପୁଅ ଗିରଫ

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଘୁଷୁରାମାଳ ଗ୍ରାମରେ ମଙ୍ଗଳବାର ବାପା ଓ ମା’ଙ୍କୁ ଛୁରିରେ ଆକ୍ରାମଣ ପୁଅ ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ଗୌତମ ନାଏକ (୩୦) ଆଜି କୌଣସି କାରଣରୁ ସ୍ତ୍ରୀ’ଙ୍କୁ ଗାଳିଗୁଲଜ କରୁଥିଲା। ତେବେ ଏଥିରେ ବାପା ବନ୍ଧୁ ନାଏକ ଓ ମା’ ସୁରୁବାଲି ନାଏକ ହସ୍ତକ୍ଷେପ କରି ତାକୁ ବାରଣ କରିବା ସହ ବହୂ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଫଳରେ ଉତ୍‌କ୍ଷିପ୍ତ ହୋଇ ଗୌତମ ଏକ ଛୁରିରେ ବାପା-ମା’ଙ୍କୁ ଆକ୍ରମଣ କରିଥିଲା।

ଏ ନେଇ ବନ୍ଧୁ ନାଏକ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ଗୌତମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଆକ୍ରମଣରେ ଆହତ ବନ୍ଧୁ ଓ ସୁରୁବାଲି ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe