ପୋଖରୀ ଖୋଳାକୁ ବିରୋଧ କରିବାରୁ ଆକ୍ରମଣ

Advertisment
ପୋଖରୀ ଖୋଳାକୁ ବିରୋଧ କରିବାରୁ ଆକ୍ରମଣ

Zee News

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ପୋଖରୀ ଖୋଳାକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣ‌ରେ ଗ୍ରାମର ଜଗବନ୍ଧୁ ବାରିକ (୩୦) ଆହତ ହୋଇଛନ୍ତି। ଏନେଇ ଘସିପୁରା ଥାନାରେ ଅଭିଯୋଗ ‌ହୋଇଛି। ଗ୍ରାମରେ ମେସିନ ସାହାଯ୍ୟରେ ମନରେଗା ଯୋଜନାରେ ପୋଖରୀ ଖୋଳା ଯାଉଥିଲା।

ଗତକାଲି ରାତି ପ୍ରାୟ ୧୧ଟାବେଳେ ଜଗବନ୍ଧୁ ଓ ତାଙ୍କର କିଛି ସମର୍ଥକ ଏହାକୁ ବିରୋଧ କରିଥିଲେ। ପୋଖରୀ ଖୋଳୁଥିବା ଲୋକେ ଅତର୍କିତ ଆକ୍ରମଣ କରିବାରୁ ଜଗବନ୍ଧୁଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe