ପ୍ରେମ ନିବେଦନ କରି ବିଫଳ ହେବାରୁ ବିଧବାଙ୍କୁ ଆକ୍ରମଣ  

Advertisment
ପ୍ରେମ ନିବେଦନ କରି ବିଫଳ ହେବାରୁ ବିଧବାଙ୍କୁ ଆକ୍ରମଣ  

The Hans India

ରେଢ଼ାଖୋଲ: ପ୍ରେମ ନିବେଦନ କରି ବିଫଳ ହେବାରୁ ଜଣେ ବିଧବାଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ ଚାରମାଳ ଥାନା ପ୍ରଧାନପାଲି ଗାଁର ଦିଲ୍ଲୀପ ବେହେରା (୩୫) ଜେଲ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରଧାନପାଲି ଗ୍ରାମର ଦିଲ୍ଲୀପ ସେହି ଗାଁର ବିଧବା ରୀତା କୁଲୁ (୪୦)ଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। ମାତ୍ର ରୀତା ମନା କରି ଦେଇଥିଲେ। ଶନିବାର ସଂଧ୍ୟାରେ ରୀତାଙ୍କୁ ଏକୁଟିଆ ପାଇ ଦିଲ୍ଲୀପ ପୁଣି ପ୍ରେମ ନିବେଦନ କରିଥିଲେ। ମହିଳା ଜଣକ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଦିଲ୍ଲୀପ ତାଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ କରିଥିଲେ। କୌଶଳ କ୍ରମେ ମହିଳା ଜଣକ ଖସି ଯାଇଥିଲେ। ରବିବାର ଦିଲ୍ଲୀପ ପୁଣି ଜୀବନରେ ମାରିଦେବାକୁ ଧମକ ଦେବା ସହ ଛୁରିରେ ଆକ୍ରମଣ ଉଦ୍ୟମ କରିଥିଲେ। ମହିଳାଙ୍କ ପାଟି ଶୁଣି ଗ୍ରାମବାସୀ ‌ପହଞ୍ଚି ଆସିବାରୁ ସେ ଫେରାର୍‌ ହୋଇଯାଇଥିଲେ।

ଏ ନେଇ ରୀତା ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦିଲ୍ଲୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe