ଗୁଣି ସନ୍ଦେହରେ ଯୁବକଙ୍କୁ ଆକ୍ରମଣ

Advertisment
ଗୁଣି ସନ୍ଦେହରେ ଯୁବକଙ୍କୁ ଆକ୍ରମଣ

Udayavani

ଧର୍ମଶାଳା : ଗୁଣି ସନ୍ଦେହରେ ଧର୍ମଶାଳା ଥାନା ଥାନୁଆଳ ପଞ୍ଚାୟତ ରଘୁନାଥପୁର ଗ୍ରାମର ଅଞ୍ଜନ କୁମାର ଦାସ(୩୬)ଙ୍କୁ ଆଜି ସକାଳେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ତନ୍ତ୍ରବିଦ୍ୟା ଶିଖୁଥିବା ଏହି ଗ୍ରାମର ସୁବାସ ମଲିକ(୬୨)ଙ୍କ ଖଣ୍ତା ଚୋଟରେ ଅଞ୍ଜନଙ୍କ କାନରେ ଗଭୀର ଆଘାତ ଲାଗିଛି। ଏସଂପର୍କରେ ସେ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରଠାରୁ ଅଭିଯୁକ୍ତ ସୁବାସ ଫେରାର ହୋଇଯାଇଛି।

ପ୍ରକାଶ ଯେ, ରଘୁନାଥପୁର ଗ୍ରାମର ଅଞ୍ଜନ ସକାଳେ ଗ୍ରାମ୍ୟ ଜଙ୍ଗଲକୁ ଶୌଚ ହେବାପାଇଁ ଯାଉଥିବା ବେଳେ ସୁବାସ ହଠାତ୍ ତାଙ୍କ ବେକକୁ ଖଣ୍ତାଚୋଟ ମାରିଥିଲା। ସେ ଧରି ପକାଇବାରୁ ତାଙ୍କ କାନ ହାଣି ହୋଇଯାଇଥିଲା। ପୁଣି ଚୋଟମାରିବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଜନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ପହଞ୍ଚିଯାଇଥିଲେ। ଫଳରେ ସୁବାସ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଆହତ ଅଞ୍ଜନଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୁବାସ କିଛିବର୍ଷ ହେଲା ତନ୍ତ୍ରଶିକ୍ଷା କରୁଥିବା ବେଳେ ରାତିରେ ପାଖ ଜଙ୍ଗଲରେ ପଶୁପକ୍ଷୀଙ୍କୁ ବଳି ଦେଉଥିବା ଅଞ୍ଜନ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତକୁ ଧରିବାରେ ପୁଲିସ୍‌ ବିଫଳ ହୋଇଛି। ତୁରନ୍ତ ତାକୁ ଗିରଫ କରିବା ପାଇଁ ଆହତ ଅଞ୍ଜନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe