ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିରଞ୍ଜନଙ୍କ ନିନ୍ଦା

Advertisment
ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିରଞ୍ଜନଙ୍କ ନିନ୍ଦା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୁରୀରେ ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରଣକୁ ନେଇ ସାଧାରଣ ଲୋକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ଖବର ସଂଗ୍ରହ କରୁଥିଲା ବେଳେ ପୁଲିସ୍ ପକ୍ଷରୁ ଲାଠିଚାଳନା କରାଯାଇଥିଲା। ଏଥିରେ ୧୦ ଜଣ ସାମ୍ବାଦିକ ଆହତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସାମ୍ବାଦିକମାନେ ସେମାନଙ୍କ ପରିଚୟପତ୍ର ଦେଖାଇବା ପରେ ମଧ୍ୟ ପୁଲିସ୍ ଆକ୍ରମଣରୁ ରକ୍ଷା ପାଇ ନ ଥିଲେ। ସେହିପରି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଛକରେ ଦୁଇ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ବାଲେଶ୍ବରର ଜଣେ ବିଧାୟକଙ୍କ ବାହୁବଳୀ ସମର୍ଥକମାନେ ଆକ୍ରମଣ କରିବାରୁ ଜଣେ ସାମ୍ବାଦିକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ବରେ ଥିବାରୁ ପୁରୀରେ ଘଟିଥିବା ଅଘଟଣରେ ଦାୟୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅନ୍ୟ ଘଟଣାଗୁଡ଼ିକରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe