ରୋଷେୟାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୋଗ କରିବାରୁ ହରାଇଲେ ଚାକିରି

ଧୂର୍ତ୍ତକୁ ଧାର୍‌ଦେବା ମହଙ୍ଗା ପଡ଼ିଲା, ଶୁଝିବା ଆଳରେ ବାରମ୍ବାର ଦୁଷ୍କର୍ମ

Photo: TeluguStop.com

ସମ୍ବଲପୁର: ପରିବାରରେ ରୋଜଗାର କରିବାକୁ କେହି ନଥିଲେ। ଚଳିବା କଷ୍ଟକର ହେଉଥିଲା। ନିଜେ ରୋଜଗାର କରି ପରିବାର ଚଳାଇବାକୁ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାର ଜଣେ ୩୫ ବର୍ଷୀୟ ମହିଳା ଘରୁ ଗୋଡ଼ କାଢ଼ିଲେ। ଜଣଙ୍କ ମାଧ୍ୟମରେ ସମ୍ବଲପୁର ଗୋଶାଳା ଠାରେ କୋଠା ନିର୍ମାଣ କରୁଥିବା ଏକ ସଂସ୍ଥାରେ ରୋଷେୟା ଭାବେ କାମ ପାଇଲେ। ଘର ଛାଡ଼ି ୨୦୨୧ ସେପ୍ଟେମ୍ବରରୁ ଗୋଶାଳାରେ ରହି କାମ ଆରମ୍ଭ କଲେ। ତେବେ ଉକ୍ତ ସଂସ୍ଥାରେ କାମ କରୁଥିବା ବଳଦେବ ମାହୋତ ନାମକ ଜଣେ ଅଣଓଡ଼ିଆ ଯୁବକ ତାଙ୍କୁ ଏକା ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଉକ୍ତ ଯୁବକ କବଳରୁ କଳେ ବଳେ ସେ ଉଦ୍ଧାର ପାଇ ଯେତେବେଳେ ଏ କଥା ଉକ୍ତ ସଂସ୍ଥାକୁ ଜଣାଇଲେ। ସେତେବେଳେ ତାଙ୍କ ଚରିତ୍ରକୁ ଆକ୍ଷେପ କରାଯିବା ସହ ତାଙ୍କୁ ଏବଂ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଯୁବକକୁ ଚାକିରିରୁ ବାହାର କରିଦିଆଗଲା। ତେବେ ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସଂସ୍ଥା ପକ୍ଷରୁ ତାଙ୍କୁ ବକେୟା ଟଙ୍କା ଏବଂ ଗୋଟିଏ ମାସର ସମ୍ପୂର୍ଣ୍ଣ ଦରମା ଦିଆଯାଇନାହିଁ। ମୋଟ ଉପରେ ତାଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ୨୬ ହଜାର ଟଙ୍କା ଦେବାର ଅଛି ବୋଲି ମହିଳା ଜଣକ ଶନିବାର ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହାପରେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତଦନ୍ତ ପାଇଁ ବୁର୍ଲା ଥାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe