ଢେଙ୍କାନାଳ: ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

Advertisment
ଢେଙ୍କାନାଳ: ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳରେ ନବ ନିର୍ବାଚିତ ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଗତକାଲି ରାତିରେ ଜୟନ୍ତୀ ପାତ୍ରଙ୍କ ଘର ବାହାରେ କିଛି ଦୁର୍ବୃତ୍ତ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ଟାଉନ ଥାନାରେ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ତାଙ୍କ ସ୍ବାମୀ ରାମଚନ୍ଦ୍ର ପାତ୍ରଙ୍କୁ ମାରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ଏହି ଘଟଣା ଢେଙ୍କାନାଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏ ନେଇ ପୁଲିସ ପକ୍ଷରୁ ୩ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ପୌର ନିର୍ବାଚନରେ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥୀ ଜୟନ୍ତୀ ପାତ୍ର  ୧୬୮୬୪ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ଅପରପକ୍ଷରେ ବିଜେଡି ପ୍ରାର୍ଥୀ ଅନିମା ନାୟକ ୧୨୭୧୯ ଓ କଂଗ୍ରେସ  ପ୍ରାର୍ଥୀ  ସ୍ମିତାରାଣୀ ସାମଲ ୭୩୭ଟି ଭୋଟ୍ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe