ପୁଅ ଭାଙ୍ଗିଲା କବାଟ, ବାପାଙ୍କୁ ଫେରାଦ ହେବାରୁ ତଣ୍ଟିକୁ କାମୁଡ଼ି ହତ୍ୟା ଉଦ୍ୟମ କଲା ଅଭିଯୁକ୍ତ

ପୁଅ ଭାଙ୍ଗିଲା କବାଟ, ବାପାଙ୍କୁ ଫେରାଦ ହେବାରୁ ତଣ୍ଟିକୁ କାମୁଡ଼ି ହତ୍ୟା ଉଦ୍ୟମ କଲା ଅଭିଯୁକ୍ତ

image source-dailyhunt

ମନମୁଣ୍ଡା : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା କୁର୍ତ୍ତିପାଲି ଗ୍ରାମରେ ଜଣେ ଯୁବକ କବାଟ ଭାଙ୍ଗିବା ଘଟଣାକୁ କେନ୍ଦ୍ର କରି ବୃଦ୍ଧଙ୍କ ତଣ୍ଟିକୁ କାମୁଡ଼ି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପୁଲିସର ସୂଚନା ଅନୁସାରେ କୁର୍ତ୍ତିପାଲି ଗ୍ରାମର ହେମନ୍ତ ମିଶ୍ରଙ୍କ ପୁଅ ମାନସ ରଞ୍ଜନ ମିଶ୍ର(୨୮) ଗାଁର ଭାଗବତ ମନ୍ଦିରର କବାଟକୁ ବାଡେଇ ଭାଙ୍ଗିଦେଲେ। ଗ୍ରାମବାସୀ ଏହା ଦେଖି ଚୁପ ରହି ଗାଁର ମୁଖିଆ ଅକ୍ରୁର ମଲ୍ଲିକ(୫୮)ଙ୍କୁ କହିଥିଲେ। ଅକ୍ରୁର ଏହି କବାଟ ଭଙ୍ଗା ଘଟଣା ବିଷୟରେ ମାନସଙ୍କର ବାପା ହେମନ୍ତଙ୍କୁ କହିଥିଲେ। ଏହି ସମୟରେ ମାନସ ଆସି ବାପାଙ୍କୁ କାହିଁକି କହିଲୁ ବୋଲି କହି ଅକ୍ରୁରଙ୍କୁ ମାଡ଼ ମାରି ତଳେ ପକାଇ ତାଙ୍କ ତଣ୍ଟିକୁ କାମୁଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିଲା।
ଗ୍ରାମବାସୀ ଆସି ଅକ୍ରୁରଙ୍କୁ ମାନସଙ୍କ ଠାରୁ ଉଦ୍ଧାର କରିଥିଲେ। ଗତକାଲି ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ଅକ୍ରୁର ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମନମୁଣ୍ଡା ଥାନା ପୁଲିସ୍ କେସ ନମ୍ବର ୧୨୩/୨୦୨୦ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଗୋପୀନାଥ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe