ମୋବାଇଲ ଫୋନ ଛଡ଼ାଇନେବା ଉଦ୍ୟମ: ୩ ଅଟକ

Advertisment
ମୋବାଇଲ ଝାମ୍ପି ନେଲେ ଦୁର୍ବୃତ୍ତ

Deshgaon

ରସୁଲପୁର: କୁଆଖିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପାଖରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ନିକଟରୁ ତିନିଜଣ ଅଜଣା ଯୁବକ ମୋବାଇଲ୍‌ ଫୋନ୍‌ ଛଡ଼ାଇବା ଉଦ୍ୟମ କରିଥିଲେ। ଅଭିଯୋଗ ହେବା ପରେ ଏନେଇ କୁଆଖିଆ ଥାନାରେ ୨୦୩/୨୨ରେ ଏକ ମାମଲା ରୁଜୁ ହୋଇଛି। ଜାରକା ବଜାରର ଏକ ଅଳଙ୍କାର ଦୋକାନରେ କାମ କରୁଥିବା ଯାଜପୁର ଥାନା ଅନ୍ତର୍ଗତ ଆନ୍ଦୋଳା ବାସୁଦେବପୁର ଗ୍ରାମର ସତ୍ୟରଞ୍ଜନ ଲେଙ୍କାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ କାମସାରି ଘରକୁ ଫେରୁଥିବା ବେଳେ ଗୋବିନ୍ଦପୁର ନିକଟରେ ୩ଜଣ ଅଜଣା ଯୁବକ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ।

ଅଭିଯୁକ୍ତମାନେ ଏକ ବାଇକ୍‌ରେ ଆସିଥିଲେ। ସତ୍ୟରଞ୍ଜନ ଜୋର୍‌ରେ ପାଟି କରିବାରୁ ଅଭିଯୁକ୍ତମାନେ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ କାବୁ କରିନେଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଧରି ଥାନାରେ ଅଟକ ରଖିଛି। ଥାନା ଅଧିକାରୀ ଶିବ ପ୍ରସାଦ ବେହେରା ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe