ମହିଳାଙ୍କୁ ହତ୍ୟା ଉଦ୍ୟମ: ୩ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ

Advertisment

Attempted murder of woman: 3 accused sentenced to 3 years in prison

Attempted murder of woman: 3 accused sentenced to 3 years in prison

ମହିଳାଙ୍କୁ ହତ୍ୟା ଉଦ୍ୟମ: ୩ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ

European Parliament - European Union

ବୀରମହାରାଜପୁର: ଡାଆଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାର ବିଚାର କରି ବୀରମହାରାଜପୁର ସହକାରୀ ଦୌରାଜଜ୍‌ ମୋନାଲିସା ପଟ୍ଟନାୟକ ୩ ଅଭିଯୁକ୍ତଙ୍କୁ ୩ ବର୍ଷ‌ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ବୀରମହାରାଜପୁର ଥାନା ଅନ୍ତର୍ଗତ ସରଧାଝୁଲି ଗ୍ରାମର ବିଞ୍ଝାଲ ପ୍ରଧାନ ଓ ତାଙ୍କର ସ୍ତ୍ରୀ ସୁନାମାଲି ପ୍ରଧାନ ନିଜ ଘରକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ସେହି ଗାଁର ଚତୁରୁ ପ୍ରଧାନ, ଅଞ୍ଜଳି ପ୍ରଧାନ ଓ ସୁପାଞ୍ଜଳି ପ୍ରଧାନ ଆକ୍ରମଣ କରିଥିଲେ। ଡାଆଣୀ କରି ଆମ ଛୁଆକୁ ମାରି ଖାଇଦେଲୁ କହି ଲୁହାଛଡ଼ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ସହକାରୀ ଦୌରାଜଜ୍ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ୩ ଅଭିଯୁକ୍ତଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଚତୁରୁ ଓ ଅଞ୍ଜଳିଙ୍କୁ ୨ ହଜାର ଟଙ୍କା ଲେଖାଏଁ ଓ ସୁପାଞ୍ଜଳିଙ୍କୁ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ମଧୁସୂଦନ ଆଚାର୍ଯ୍ୟ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe