ପୁରୀରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଧୂର୍ତ୍ତକୁ ଧାର୍‌ଦେବା ମହଙ୍ଗା ପଡ଼ିଲା, ଶୁଝିବା ଆଳରେ ବାରମ୍ବାର ଦୁଷ୍କର୍ମ

Photo: TeluguStop.com

ପୁରୀ: ପୁରୀରେ ଆଉ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ମାତ୍ର ଏହି ଘଟଣା ସବୁବର୍ଗର ନାଗରିକଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ଖେଳାଇ ଦେଇଛି। ଗତ ୨୩ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ମଠ ଲେନ୍‌ର ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଠିକ୍‌ ଏହି ସମୟରେ ବଳିଆପଣ୍ଡା ଥାନା ଅଞ୍ଚଳରେ ମଧ୍ୟ ଅନ୍ୟଜଣେ ୫ ବର୍ଷୀୟା ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିଲା।

ଏନେଇ ଅଭିଯୋଗ ହେବାରୁ ବଳିଆପଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗର ଶିବଶକ୍ତିସାହିରେ ରହୁଥିବା ଯୁବ ଓରଫ ଶିବାଶିଷ ତ୍ରିପାଠୀ ଗତ ୨୩ ତାରିଖ ପୂର୍ବାହ୍ନରେ ୧୧ଟା ସମୟରେ ସେହି ଅଞ୍ଚଳରେ ରହୁଥିବା ଜଣେ ୫ ବର୍ଷୀୟା ନାବାଳିକାକୁ ଚିକେନ୍‌ ତରକାରୀ ଖାଇବାକୁ ନିଜ ଘରକୁ ଡାକି ନେଇଥିଲା। ଏହି ସମୟରେ ତା’ର ପତ୍ନୀ ଘରେ ନଥିବାର ସୁଯୋଗ ନେଇ ଯୁବ ଏହି ନାବାଳିକାକୁ ଅନ୍ଧପୁଟୁଳି ଖେଳ ଖେଳିବାକୁ କହି ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ମାତ୍ର ଏହି ସମୟରେ ନାବାଳିକାର ମା ଝିଅକୁ ଖୋଜାଖୋଜି ଯୁବ ଘରେ ପହଞ୍ଚିଯାଇଥିଲେ। ଯୁବର ଏଭଳି କାର୍ଯ୍ୟକୁ ଦେଖି ସେ ପ୍ରତିବାଦ କରିଥିଲେ। ଏନେଇ ଯୁବ ତାଙ୍କୁ ନାନାପ୍ରକାର ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲା। ଏନେଇ ନାବାଳିକାର ମା’ ବଳିଆପଣ୍ଡା ଥାନାରେ ଅଭିଯୋଗ କରିବାରୁ ପୁଲିସ ୯/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଯୁବକୁ ଅଟକ ରଖିଛି। ଆସନ୍ତାକାଲି ତା’ର ଡାକ୍ତରୀ ମାଇନା କରାଯିବା ପରେ ତାକୁ ଗିରଫ ପରେ କୋର୍ଟଚାଲାଣ କରିବ ବୋଲି ପୁଲିସ କହିଛି। ପୁଲିସ କହିଛି ଯେ ଯୁବ ନାମରେ ପୂର୍ବରୁ ୫ଟି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe