ଲୁଟ୍‌ ଉଦ୍ୟମ ପଣ୍ଡ, ୨ ଅଟକ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

କଣ୍ଟାମାଳ: ମନମୁଣ୍ଡା- ଶଗଡ଼ା ପୂର୍ତ୍ତ ରାସ୍ତାର ମେହେରୁଣୀ ପୋଲ ନିକଟରେ ଲୁଟ୍‌ ଉଦ୍ୟମ କରୁଥିବା ୨ ଜଣଙ୍କୁ ପୁଲିସ ଅଟକ ରଖିଛି।

ପୁଲିସର ସୂଚନା ଅନୁସାରେ, ବୁଧବାର ଅପରାହ୍ଣ ସାଢ଼େ ୩ଟା ସମୟରେ ଶଗଡ଼ା ପାର୍ଶ୍ବରୁ ପାଲଝିର ଗ୍ରାମର ବିଜୟ ବଣ୍ଡକି (୧୯) ତାଙ୍କ ମାମୁଘର ଡଙ୍ଗାଝୋଲ ଗ୍ରାମକୁ ଆସୁଥିଲେ। ମେହେରୁଣୀ ପୋଲ ନିକଟରେ ଗୁଡ଼ଭେଲିପଦର ଗ୍ରାମର ବାବୁଲା ରାଜହଂସ ଓ ସିଗାଡ଼ି ଗ୍ରାମର ତାଙ୍କ ମାମୁପୁଅ ମିଶି ବିଜୟଙ୍କୁ ଅଟକାଇଥିଲେ।

ତାଙ୍କୁ ଧମକ ଚମକ ଦେଇ ବାଇକ, ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଡଙ୍ଗାଝୋଲ ଗ୍ରାମର କିଛି ଯୁବକ ଆସି ଉଭୟଙ୍କୁ ନିର୍ଧୁମ ଛେଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା। ଏନେଇ ସନ୍ଧ୍ୟାରେ ବିଜୟ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ବୋଲି ଥାନାଧିକାରୀ ଗୋପୀନାଥ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe