image source-Sabrang India
କଣ୍ଟାମାଳ : ମନମୁଣ୍ଡା ପୁଲିସ ପକ୍ଷରୁ ମଙ୍ଗଳବାର ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ମନମୁଣ୍ଡା ବାଇପାସ ରାସ୍ତାର ନୂର୍ପା ଛକଠାରେ ୫ ଜଣ ଯୁବକ ଡକାୟତି ପାଇଁ ସଜବାଜ ହେଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି। ପୁଲିସ ଏଏସ୍ଆଇ ସନ୍ତୋଷ ମହାକୁଡ଼ ପୁଲିସ ବାହିନୀ ସହାୟତାରେ ଏହି ଡକାୟତଙ୍କୁ ମନମୁଣ୍ଡା ଥାନାକୁ ନେଇ ପଚରା ଉଚୁରା କଲା ପରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ୱୀକାର କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଉପକଣ୍ଠ ଆମ୍ବେଦକର ପଡ଼ାର ପ୍ରୀତମ ବେହେରା(୨୫), ରାହୁଳ କୁମ୍ଭାର(୨୧), ମୁରାରୀ ପ୍ରସାଦ ଓରଫ ସିକୁମ ବେସରା (୨୦), ଶୁଭଙ୍କର ତ୍ରିପାଠୀ(୧୮) ଓ ପ୍ରକାଶ ମହାନନ୍ଦ(୨୦)ଙ୍କୁ ଗିରଫ କରାଯାଇଛି। ମନମୁଣ୍ଡା ଥାନା କେସ ନମ୍ବର ୨୩/୨୦୨୧ରେ ଏକ ମାମଲା ରୁଜୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ହେଲା ରାତି ୧୦ ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ପ୍ରତ୍ୟହ ପଲସାଗୋରାଠାରୁ ମସିଣାପଡ଼ା ପର୍ଯ୍ୟନ୍ତ ପାଟ୍ରୋଲିଂ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
Follow Us