ଘରୋଇ କଳିରୁ ଦୁଇ ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣକର ମୃତ୍ୟୁ, ଜଣେ ଗୁରୁତର

ଅଜାତିରେ ବାହା ହେଲେ ବୋଲି ମିଳିଲାନି କାନ୍ଧ

Indiatimes.com

ସିନ୍ଧେକେଲା/ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ କୁରସୁଡ଼ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଘରୋଇ କଳିକୁ ନେଇ ଦୁଇଭାଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିନ୍ଧେକେଲା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, କୁରସୁଡ ଗାଁର ସ୍ବର୍ଗତ ରତନ ଜୈନଙ୍କ ଦୁଇପୁଅ ପପ୍ପୁ ଜୈନ(୨୮) ଓ ଉମେଶ ଜୈନ(୨୫)ଙ୍କ ମଧୢରେ କୌଣସି କାରଣକୁ ନେଇ ଗତ ରାତିରେ ଝଗଡ଼ା ହୋଇଥିଲା। ଏହାପରେ ଉମେଶ ନିଜ ବେକରେ ରଶି ଲଗାଇ ଘର ପଛପଟେ ଥିବା କୂଅକୁ ଡେଇଁ ପଡ଼ିଥିବା ବେଳେ ପପ୍ପୁ ଘରର ଗୋଟିଏ କୋଠରି ଭିତରେ ପଶି ନିଜ ବାମ ହାତର ଶିରା ଦୁଇଟି ସ୍ଥାନରେ କାଟି ଦେଇଥିଲେ। ଏହା ଜଣା ପଡ଼ିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ଘରେ ପହଞ୍ଚି ଉମେଶଙ୍କୁ ଝୁଲନ୍ତା ଅବସ୍ଥାରେ କୂଅରୁ ବାହାର କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଅନ୍ୟପଟେ ପପ୍ପୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିନ୍ଧେକେଲା, ଟିଟିଲାଗଡ଼ ଓ ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ସିନ୍ଧେକେଲା ଥାନା ପୁଲିସ ଏକ ଅପମୃତ୍ୟୁ କେସ ୩/୧୯ରେ ରୁଜୁ କରିଛି। ମୃତ ଉମେଶଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ସିନ୍ଧେକେଲା ଥାନାଧିକାରୀ ରଞ୍ଜନ ବରିହା ପ୍ରକାଶ କରିଛନ୍ତି। ଶେଷ ଖବର ଅନୁଯାୟୀ ପପ୍ପୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe