ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲ୍ କାରଖାନାରୁ ଚୋରି ଉଦ୍ୟମ ବିଫଳ ହୋଇଛି। ଏହି ଘଟଣାରେ କଳିଙ୍ଗନଗର ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ବାଲିଗୋଠ ଗାଁର ଲକ୍ଷ୍ମଣ ଜଙ୍କ ପୁଅ ଅର୍ଜୁନ(୨୦) ଓ ରାମେଶ୍ବର ଜାମୁଦା (୨୨), ଗୋବରଘାଟି ଗାଁର କାଇରା ସୁଣ୍ଡିଙ୍କ ପୁଅ କୁସୁନ(୨୨), କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରୁ ଆସି ବାଲିଗୋଠ ଠାରେ ରହୁଥିବା ଟୁରାମ ପୂର୍ତ୍ତିଙ୍କ ପୁଅ ନବ(୨୦), ଗୋବରଘାଟି ଗାଁର ଦାମୋଦର ହେସାଙ୍କ ପୁଅ ବୃନ୍ଦାବନ(୨୦) ଏବଂ ଡୁବୁରିର ଜଟିଆ ଦାସଙ୍କ ପୁଅ ଜଗନ୍(୨୫)।
ଗତକାଲି ରାତିରେ କିଛି ଯୁବକ ଟାଟା କାରଖାନା ପାଚେରି ଡେଇଁ କାରଖାନା ଭିତରେ ପଶିବା ସହ ଚୋରି ଉଦ୍ୟମ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡ଼ିଥିଲେ। ସୁରକ୍ଷା କର୍ମୀ ସମ୍ପୃକ୍ତ ୬ ଜଣଙ୍କୁ ଧରି କଳିଙ୍ଗନଗର ପୁଲିସ ଜିମା ଦେଇଥିଲେ। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
Follow Us