ମହିଳା ଡାକ କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

Advertisment
ମହିଳା ଡାକ କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

Radio Free Europe

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଗୁରୁବାର ଦିବାଲୋକରେ ପୋଷ୍ଟ ଅଫିସରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ହୋଇଛି। ଏହି ଘଟଣାରେ ମା’ ପୁଅଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି।

ପ୍ରକାଶ ଯେ, ହରଭଙ୍ଗା ପୋଷ୍ଟ ଅଫିସରେ କାମ କରୁଥିବା ଉକ୍ତ ଯୁବତୀଙ୍କୁ ପୁଅ ପାଇଁ ବିବାହ ପ୍ରସ୍ତାବ ନେଇ ଚାରିଛକ ଅଞ୍ଚଳର ଗୋଟିଏ ପରିବାର କିଛିଦିନ ପୂର୍ବରୁ ତାଙ୍କ ଘରକୁ ଯାଇଥିଲେ। ଯୁବତୀଙ୍କ ପରିବାର ଉକ୍ତ ପ୍ରସ୍ତାବରେ ରାଜି ନହେବାରୁ ସମ୍ପୃକ୍ତ ଯୁବକ ଶିଶିର ବେହେରା ଏବଂ ତାଙ୍କ ମା’ ଝରଣା ବେହେରା ଗୁରୁବାର ଦିନ ୧୧ଟା ବେଳେ ହରଭଙ୍ଗା ପୋଷ୍ଟ ଅଫିସକୁ ଯାଇ ଯୁବତୀଙ୍କ ସହ କିଛି ସମୟ ଆଲୋଚନା କରି ନିକଟସ୍ଥ ଏକ ଦୋକାନକୁ ଲସି ପିଇବା ପାଇଁ ଡାକି ଆଣିଥିଲେ।

ଲସି ପିଇବା ପରେ ଛାଡ଼ି ନେବା ବାହାନାରେ ଯୁବତୀଙ୍କୁ ବାଇକ୍‌ରେ ବସାଇ ସେଠାରୁ ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଭୟରେ ପାଟି କରିଥିଲେ। ପାଟି ଶୁଣି ହରଭଙ୍ଗା ଗ୍ରାମର କିଛି ଲୋକ ସେମାନଙ୍କୁ ଟିକିରାସାହି ନିକଟରେ ଅଟକାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣ ପାଇଁ ଉଦ୍ୟମ କରୁଥିବା ଯୁବକ ଏବଂ ତାଙ୍କ ମା’କୁ ଅଟକ ରଖିଥିଲେ। ପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe