ନକଲି ଚେକ୍‌ରେ ୬୭ ଲକ୍ଷ ଉଠାଣ ଉଦ୍ୟମ

ଭଞ୍ଜନଗର ଏନ୍‌ଏସି ଆକାଉଣ୍ଟ୍‌ ଅଚଳ, ପୁଲିସର ଛାନ୍‌ଭିନ୍‌, ବ୍ୟାଙ୍କରେ ଦୁଇ ନକଲି ଚେକ୍‌ ଦାଖଲ

ନକଲି ଚେକ୍‌ରେ ୬୭ ଲକ୍ଷ ଉଠାଣ ଉଦ୍ୟମ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ୍‌ଏସି) ଆକାଉଣ୍ଟ୍‌ରୁ ନକଲି ଚେକ୍‌ ଓ ଜାଲ୍‌ ଦସ୍ତଖତ ଜରିଆରେ ୬୭ ଲକ୍ଷ ଟଙ୍କା ଉଠାଣ ଉଦ୍ୟମ ହୋଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏନ୍‌ଏସି ଆକାଉଣ୍ଟକୁ ଅଚଳ କରିଦିଆଯାଇଛି। ଭଞ୍ଜନଗର ଏନ୍‌ଏସିର ଏକ ଆକାଉଣ୍ଟ୍‌ ସ୍ଥାନୀୟ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ରହିଛି। ଶୁକ୍ରବାର ଦୁଇଟି ନକଲି ଚେକ୍‌ରେ ଜାଲ୍‌ ଦସ୍ତଖତ କରି ଦୁଇଟି ବ୍ୟାଙ୍କ୍‌ରୁ ‌ପ୍ରାୟ ୬୭ ଲକ୍ଷ ଟଙ୍କା ଏନ୍‌ଏସି ଅଜାଣତରେ ଉଠାଣ ଉଦ୍ୟମ‌ ହୋଇଥିଲା।

ଗୋଟିଏ ଚେକ୍‌ ଭଞ୍ଜନଗରସ୍ଥିତ ବ୍ୟାଙ୍କ୍‌ ଅଫ୍‌ ବରୋଦା ଓ ଅନ୍ୟଟି ଅନ୍ୟଟି କେନ୍ଦ୍ରାପଡ଼ାର ଏକ ଘରୋଇ ବ୍ୟାଙ୍କରେ ଦାଖଲ ହୋଇଥିଲା। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଘଟଣା ସଂପର୍କରେ ଅବଗତ ହେବା ପରେ ଏଭଳି କୌଣସି ଚେକ୍‌ ଦିଆଯାଇ ନଥିବା ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଗୋଟିଏ ଚେକ୍‌ର ଟଙ୍କା ପୈଠ ହୋଇ ନଥିବା ବେଳେ ଟଙ୍କା ଯାଇଥିବ ଆକାଉଣ୍ଟ୍‌ରୁ ଏନ୍‌ଏସି ଆକାଉଣ୍ଟ୍‌କୁ ଟଙ୍କା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପୁଲିସ୍‌କୁ ସୂଚନା ଦେଇଛନ୍ତି। କେଉଁ ବ୍ୟକ୍ତି ଚେକ୍‌ ଦେବା ପ‌ାଇଁ ବ୍ୟାଙ୍କ୍‌କୁ ଆସିଥିଲେ ସେ ନେଇ ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe