ମେଘର ପଣତରେ କଳିଙ୍ଗା ଘାଟି, ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ 

ମେଘର ପଣତରେ କଳିଙ୍ଗା ଘାଟି, ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ 

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ସପ୍ତାହେ ଧରି ଲଘୁଚାପଜନିତ‌ ବର୍ଷା ଲାଗି ରହିଛି। ଅନବରତ ବର୍ଷା ଜାରି ରହିଥିବା ବେଳେ ବର୍ଷାକାଳୀନ କଳିଙ୍ଗା ଘାଟିର ପ୍ରାକୃତିକ ବିଭବ ଆଜି ବେଶ ମନୋହର ରହିଥିଲା। ମେଘର ପଣତରେ ଘୋଡେଇ ହୋଇଥିବା କଳିଙ୍ଗା ଘାଟିର ମୋହିନୀ ରୂପ ଦେଖିବାକୁ ଆଜି ଉଭୟ ବ୍ରହ୍ମପୁର ଏବଂ ଫୁଲବାଣୀ ପଟୁ ଯାତାୟତ କରୁଥିବା ଯାନବାହନ ଅଟକି ରହୁଥିବାର ଦେଖିବାକୁ ମିଳିଥିଲା। ଘାଟି ଦେଇ ଯାତାୟତ କରୁଥିବା ଯାତ୍ରୀ ଓ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ଖୁବ୍‌ ନିକଟରୁ ମେଘକୁ ଅନୁଭବ କରୁଥିଲେ।

ଓଡ଼ିଶାର ଦୀର୍ଘତମ ଘାଟି ରାସ୍ତା ଭାବେ ପରିଚିତ କଳିଙ୍ଗା ଘାଟି ଆଜି ଅତ୍ୟନ୍ତ ଆକର୍ଷଣୀୟ ପାଲଟିଥିଲା। ଘାଟିର ଉଭୟ ପାର୍ଶ୍ବରେ ଥିବା ପାହାଡ଼ମାନଙ୍କ ମଥା ଉପରେ ମେଘର ପଣତ ଶୋଭା ପାଉଥିଲା। ଦୀର୍ଘ ୧୫ କିଲୋମିଟର ଏବଂ ସମୁଦ୍ର ପତ୍ତନଠାରୁ ୨,୦୦୦ ଫୁଟ ଉଚ୍ଚତାରେ ଥିବା କଳିଙ୍ଗା ଘାଟିରେ ଆଜି ଦିନ ତମାମ ମେଘ ଲୁଚକାଳି ଖେଳୁଥିଲା। ପାହାଡ଼ମାନଙ୍କ ମଥା ଦେଇ ମେଘ ଘଷି ହୋଇ ଯାଉଥିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରୁଥିଲା। ଅନ୍ୟ ଋତୁ ତୁଳନାରେ ବର୍ଷାଦିନେ କଳିଙ୍ଗା ଘାଟି ଅତ୍ୟନ୍ତ ମନୋରମ ମନେ ହୋଇଥାଏ। ଏଣୁ କଳିଙ୍ଗା ଘାଟି ଉପରେ ବର୍ଷାର ଅନୁଭବ ନେବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe