ପ୍ଲାନେଟାରିୟମ୍‌ରେ ଦର୍ଶକ ଦେଖିଲେ ସୌରଜଗତ, ମହାଜାଗତିକ ଦୃଶ୍ୟ

Advertisment
ପ୍ଲାନେଟାରିୟମ୍‌ରେ ଦର୍ଶକ ଦେଖିଲେ ସୌରଜଗତ, ମହାଜାଗତିକ ଦୃଶ୍ୟ

Telegraph India

ଭୁବନେଶ୍ବର : ନବବର୍ଷକୁ ସ୍ବାଗତ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ପର୍ଯ୍ୟଟକ ଭ୍ରମଣମନସ୍କ ହେଲେଣି। ସହରର ବିଭିନ୍ନ ଐତିହ୍ୟସ୍ଥଳୀ, ଦର୍ଶନୀୟ ସ୍ଥାନ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଉଦ୍ଭିଦ ଉଦ୍ୟାନ ସହ ପିକ୍‌ନିକ୍‌ ସ୍ପଟ୍‌ରେ ଲୋକଙ୍କ ଭିଡ଼ ଜମିଲାଣି। ସବୁଠି ମାଳମାଳ ପର୍ଯ୍ୟଟକ। ଏହି କ୍ରମରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ବି ବାଦ୍‌ ପଡ଼ିନି। ସୌରଜଗତ, ମହାଜାଗତିକ ଦୃଶ୍ୟ ଦେଖିବାକୁ ୨ ଦିନ ହେଲା ପ୍ଲାନେଟାରିୟମ୍‌କୁ ଶହଶହ ପର୍ଯ୍ୟଟକ ଛୁଟୁଛନ୍ତି। ଦର୍ଶକଙ୍କ ଭିଡ଼ ଦେଖି ପ୍ଲାନେଟୋରିୟମ୍‌ ପକ୍ଷରୁ ମଧ୍ୟ ସକାଳ ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ୧୦ଟି‌ ସୋ’ର ବ୍ୟବସ୍ଥା କରାଯାଇଥିଲା। ସୋ’ଗୁଡ଼ିକୁ ସମୟକ୍ରମେ ଓଡ଼ିଆ, ହିନ୍ଦୀ ଭାଷାରେ ପରିବେଷଣ କରାଯାଇଥିଲା।

୨୫ ତାରିଖରେ ୧୦ଟି ସୋ’କୁ ସର୍ବମୋଟ୍‌ ୧୧୦୯ଜଣ ଦର୍ଶକ ଉପଭୋଗ କରିଥିବା ରବିବାର ଦିନ ୧୧୯୭ଜଣ ଦର୍ଶକ ସୋ’ ଦେଖିଥିଲେ। ଶନିବାର ଦିନ ସୋ’ ବାବଦକୁ ମୋଟ୍‌ ୨୭ହଜାର ୭୫୦ ଟଙ୍କା ଆଦାୟ ହୋଇଥିବା ବେଳେ ରବିବାର ଦିନ ୩୧ ହଜାର ୧୨୦ ଟଙ୍କା ଆଦାୟ ହୋଇଛି। ରବିବାର ଦିନ ପ୍ଲାନେଟାରିୟମ୍‌ର ଦର୍ଶକ ସଂଖ୍ୟା ଓ ଆଦାୟ ହୋଇଥିବା ଫି’ ଚଳିତ ବର୍ଷରେ ସର୍ବାଧିକ। ସେହିପରି ରବିବାର ଦିନ ବୁର୍ଲାସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲା‌ନେଟାରିୟମ୍‌କୁ ମଧ୍ୟ ସର୍ବାଧିକ ଦର୍ଶକ (୭୫୦ଜଣ) ଯାଇଥିଲେ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe