ଆଳି: ପୁଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍

Advertisment
ଆଳି: ପୁଲିସ ଜୁଲମ ପ୍ରତିବାଦରେ କଂଗ୍ରେସର ରାସ୍ତା ଅବରୋଧ, ଯାନବାହନ ଚଳାଚଳ ଠପ୍

ଆଳି: ସ୍ଥାନୀୟ ଅଞ୍ଚଳରେ ଦଳିତମାନେ ପୁଲିସ ଆକ୍ରୋଶର ଶିକାର ହେଉଥିବାର ଅଭିଯୋଗ ହେଉଛି। ପୁଲିସର ଏହି ଦମନଲୀଳା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଆଜି ସକାଳ ୭ଟାରୁ କଟକ-ଚାନ୍ଦବାଲି ରାସ୍ତାକୁ ନିଆଳ ହାଟ ଛକରେ ଅବରୋଧ କରାଯାଇଛି।

କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ବରେ ୨୦୦ରୁ ଅଧିକ ପୁରୁଷ ଓ ମହିଳା କର୍ମୀ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି। ଆଳି, ରାଜକନିକା ଦୁଇ ଥାନାରେ ପୁଲିସର ଶାସନ ବଦଳରେ ଶାସକଦଳର ନିର୍ଦେଶରେ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଦମନଲୀଳା ଚାଲିଛି ବୋଲି ଗତ ୨୬ ତାରିଖରେ କଂଗ୍ରେସ ଅଭିଯୋଗ ଉଠାଇ ଆନ୍ଦୋଳନ ଡାକରା ଦେଇଥିଲା।

publive-image

ପୂର୍ବ ଘୋଷଣା ଅନୁଯାୟୀ ଆଜି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହିତ କଂଗ୍ରେସ ନେତା ତଥା ବରୀର ପୂର୍ବତନ ବିଧାୟକ ଚିନ୍ମୟ ବେହେରା, ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଫୁଲ୍ଲ ଦାସ,  ଓବିସି ସେଲ୍ ସଭାପତି ଫକୀର ଚରଣ ଖଟୁଆ,  ପର୍ଶୁରାମ ରାଉତରାୟ, ବାବୁରାମ ଜେନା, ନକୁଳ ପରିଡା, ମଙ୍ଗୁଳି ବେହେରା, ସର୍ବେଶ୍ବର ସାମଲ, ସୋପାନ ଖାଁ, ସତ୍ୟପ୍ରିୟ ସାମଲ, ହବେଶ ବାରିକ, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ ଓ ରାଜମୋହନ ସ୍ବାଇଁ ପ୍ରମୁଖ ରାସ୍ତା ଉପରେ ବସିରହିଛନ୍ତି। ପୁଲିସର ପକ୍ଷପାତିତା ବନ୍ଦ ନ ହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦେବେନ୍ଦ୍ର ଶର୍ମା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe