ଜଳାଶୟରେ ପାଇପ ଲାଇନ ବିଛାକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ

Advertisment
ଖୋର୍ଦ୍ଧାର ମେଗା ପାଇପ ଜଳ ପ୍ରକଳ୍ପ ପାଇଁ ଭବିଷ୍ୟତରେ ଜଳସଙ୍କଟ ଆଶଙ୍କା!

image source--cyberswift

ଆଳି: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପାରାଦ୍ବୀପ-ସୋମନାଥପୁର-ହଳଦିଆ ପାଇପଲାଇନ ପ୍ରକଳ୍ପ କାମ ଚାଲୁ ରହିଛି। ଏହି ପ୍ରକଳ୍ପରେ ବିଛା ଯାଉଥିବା ପାଇପ ଲାଇନ ଯୋଗୁଁ  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରୀ ପଞ୍ଚାୟତର ଚାଷୀମାନେ ଘୋର କ୍ଷତିଗ୍ରସ୍ତ ହେବେ ବୋଲି ସିଙ୍ଗିରୀ ସରପଞ୍ଚ ପୁଷ୍ପଲତା ଦାସ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସରପଞ୍ଚ ତାଙ୍କର ଲିଖିତ ଅଭିଯୋଗରେ ଜଣାଇଛନ୍ତି ଯେ,ପଞ୍ଚାୟତ ଅଧିନସ୍ଥ ମହାସାହାଣୀ ଗ୍ରାମର ଠାକୁର ମା’ ପୋଖରୀ ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ୨୦୨୦/୨୧ ଆର୍ଥିକ ବର୍ଷରେ ୯ ଲକ୍ଷ ୬୦ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇଛି। ମାତ୍ର ଏହି ପୁଷ୍କରିଣୀ ମଧ୍ୟ ଦେଇ ତୈଳ ଲାଇନ ଗଲେ ଏଠାରେ କୌଣସି ଖନନ କାର୍ଯ୍ୟ ହୋଇ ପାରିବ ନାହିଁ। ଫଳରେ ଶହ,ଶହ ଚାଷୀ, ଗ୍ରାମବାସୀ ଓ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବେ।

publive-image

ଜଳାଶୟର ଜଳ ଚାଷ ଜମିରେ ଉପଯୋଗ ହେବା ବନ୍ଦ ହୋଇଯିବା ସହିତ, ସାଧାରଣ ଲୋକମାନଙ୍କର ଦୈନନ୍ଦିନ ଚଳଣି ମଧ୍ୟ ବ୍ୟାହତ ହେବ। ପାଇପ ଲାଇନ କାମକୁ ସ୍ଥାନୀୟ ଲୋକେ ଓ ପଞ୍ଚାୟତର ଓ୍ଵାର୍ଡ ସଭ୍ୟମାନେ ବିରୋଧ କଲେ ମଧ୍ୟ ଆଇଓସିଏଲର କର୍ମଚାରୀମାନେ ମାନୁ ନାହାନ୍ତି ବୋଲି ସରପଞ୍ଚ ତାଙ୍କର ଅଭିଯୋଗ ପତ୍ରରେ ଉଲ୍ଲେଖ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe