Image Courtesy of India Today
ତରଭା: ସୁବର୍ଣ୍ଣପୁର ଜିଲ୍ଲାର ତରଭାରେ ପ୍ରଥମ ଥର ଲାଗି ଏକ ଗୁଳିକାଣ୍ଡ ଘଟିଛି। ତରଭା ରଥପଡ଼ାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମହିଳାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣା ତରଭାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ତରଭା ଏନଏସିର ପୂର୍ବତନ ଅଧ୍ୟକ୍ଷ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଉପରକୁ ତାଙ୍କ ପୁତୁରା ଗୁଳିଚାଳନା କରିଥିଲେ। ଗୁଳିଟି ଖୁଡ଼ୀଙ୍କ ପେଟରେ ବାଜିଥିଲା। ଏହାପରେ ଘରଲୋକେ ତାଙ୍କୁ ତତକ୍ଷଣାତ୍ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଚିକିତ୍ସା ଲାଗି ନେଇଛନ୍ତି। ଅଭିଯୁକ୍ତ ପଞ୍ଚାନନ ମହାପାତ୍ରଙ୍କ ବଡ଼ ଭାଇ ସାନନ୍ଦ ବିହାରୀ ମହାପାତ୍ରଙ୍କ ବଡ଼ ପୁଅ ମୁକୁଳ ମହାପାତ୍ର (୪୨) ବୋଲି ସୂଚନା ମିଳିଛି। ଅଭିଯୁକ୍ତ ପୁତୁରା ଫେରାର ମାରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Follow Us