ବାଚସ୍ପତିଙ୍କ ସହ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସାକ୍ଷାତ

Advertisment
ବାଚସ୍ପତିଙ୍କ ସହ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସାକ୍ଷାତ

ଭୁବନେଶ୍ବର : କୋଲକତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍‌ସଲ୍ ଜେନେରାଲ ଡାନିଏଲ୍‌ ସିମ୍ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ଗୁରୁବାର ଦିନ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟ ରାଜନୀତିରେ ମହିଳାମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀମାନଙ୍କର ଭୂମିକା,ନାରୀ ସଶକ୍ତୀକରଣ, ଅଷ୍ଟ୍ରେଲିଆ ଓ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ଏହି ସୌଜନ୍ୟସାକ୍ଷାତ ସମୟରେ ବରିଷ୍ଠ ବିଧାୟିକା ଉଷା ଦେବୀ, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ବାସନ୍ତି ହେମ୍ବ୍ରମ୍, କୁସୁମ ଟେଟେ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଗ୍ଲୋବାଲ ପଲିସି ରିସର୍ଚ୍ଚ ଫାଉଣ୍ଡେସନର ଟିମ୍‌ ଲିଡର ସିନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe