ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଗ୍ରାମରେ ଥିବା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ଅଟୋ ଚାଳକର ମୃତ୍ୟୁ ଘଟିଥିବା ସହ ଅଟୋରେ ବସିଥିବା ୧୫ରୁ ୮ ଜଣ ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରୁ ୧୫ ଜଣ ଏକ ଅଟୋ ଯୋଗେ ଖୁର୍ସେଲ ଗ୍ରାମକୁ କୌଣସି କାମରେ ଯାଉଥିଲେ। ଖୁର୍ସେଲ ପହଞ୍ଚିବା ପୂର୍ବରୁ ଘସିଏନ ଗ୍ରାମରେ ଥିବା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିକଟରେ ଥିବା ବୁଲାଣିରେ ଅଟୋ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ସେଠାରେ ଅଟୋ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇ ଘସିଏନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନା ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ରହିଛି। ଖବର ପାଇ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତକ କେନ୍ଦୁମୁଣ୍ଡି ନିକଟସ୍ଥ ଫୁଡକୁପଡ଼ା ଗ୍ରାମର ନର ମଲ୍ଲିକ (୪୦) ବୋଲି ସୂଚନା ରହିଛି।
Follow Us