ରାସ୍ତାକଡ଼ ରେଲିଙ୍ଗକୁ ପିଟିଲା ଅଟୋ: ଚାଲିଗଲା ମହିଳା ଶ୍ରମିକଙ୍କର ଜୀବନ, ୨ ଗୁରୁତର

ରାସ୍ତାକଡ଼ ରେଲିଙ୍ଗକୁ ପିଟିଲା ଅଟୋ: ଚାଲିଗଲା ମହିଳା ଶ୍ରମିକଙ୍କର ଜୀବନ, ୨ ଗୁରୁତର

ରାୟଗଡ଼ା: ରାୟଗଡ଼ାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ସାଙ୍କେଶଠାରେ ଅଟୋ ଦୁର୍ଘଟଣାର ଶିକାର ହୋଇଛି। ଏହାଫଳରେ ଘଟଣାସ୍ଥଳରେ, ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଏହାଛଡ଼ା ୭ ଜଣ ଆହତ ହୋଇଛନ୍ତି।

publive-image

ଅଟୋଟି ଭାରସାମ୍ଯ ହରାଇ ରାସ୍ତାକଡ଼ ରେଲିଙ୍ଗକୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଚି। ଅଟୋରେ ୧୮ ଜଣ ଶ୍ରମିକ କିଆପାଡୁ ଗାଁରୁ ରାୟଗଡ଼ାକୁ ଯାଉଥିଲେ। ସ୍ଥାନୀୟ ଲୋକେ ଗୁରୁତର ଓ ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ରହିଛି।

ଅଟୋରେ ୧୬ ଜଣ ମହିଳା ଶ୍ରମିକ ଓ ଦୁଇଜଣ ପୁରୁଷ ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଅଭିମୁଖେ ଆସୁଥିଲେ। ୩୨୬ ଜାତୀୟ ରାଜପଥ ସାଙ୍କେଶ ନିକଟରେ ଦୁର୍ଘଟଣା ଘଟିଛି। ଖବର ପାଇ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପ୍ରଥମେ ମେଡିକାଲକୁ ଯାଇ ଆହତଙ୍କ ସହିତ ଆଲୋଚନା କରିବା ପରେ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି।

ମୃତ ମହିଳା ଶ୍ରମିକଙ୍କ ନାମ ତୁଳସି ମିଣିଆକା ୨୨ ବର୍ଷ ବୋଲି ଜଣାପଡ଼ିଛି। ରାୟଗଡ଼ା ବ୍ଲକ୍ କିଆପାଢୁ ଗାଁରେ ତାଙ୍କ ଘର। ଅଟୋରେ ୧୬ ଜଣ ମହିଳା ଶ୍ରମିକ ରହିଥିବା ବେଳେ ୨ ଜଣ ପୁରୁଷ ଶ୍ରମିକ ରହିଥିଲେ। ଦୁର୍ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe