ଅଟୋ-ବାଇକ୍‌ ଧକ୍କାରେ ୧୦ ଆହତ

Advertisment
ଅଟୋ-ବାଇକ୍‌ ଧକ୍କାରେ ୧୦ ଆହତ

Telly Updates

ତେଲକୋଇ/ଜଗମୋହନପୁର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଟଣ ଗ୍ରାମର ପାଟେଶ୍ୱରୀ ଉଚ୍ଚବିଦ୍ୟାଳୟ ନିକଟ ବୁଲାଣି ରାସ୍ତାରେ ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଛି। ଫଳରେ ଅଟୋରେ ଥିବା ତିନିଜଣ ଶିଶୁଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ବୀଣା ମୁଣ୍ଡା (୩୫), ଗୋବେଇ ମୁଣ୍ଡା (୧୩), ଗୀତା ମୁଣ୍ଡା (୩୫), ମନୋଜ ମୁଣ୍ଡା (୪୦), ମୁନି ମୁଣ୍ଡା (୪୫), ମମତା ମୁଣ୍ଡା (୩୫), ସୁଚିତ୍ରା ମୁଣ୍ଡା (୬), ଶୁଭଶ୍ରୀ ମୁଣ୍ଡା (୨) ଓ ଶୁଭମ୍ ମୁଣ୍ଡା (୫)। ସମସ୍ତଙ୍କ ଘର ତେଲକୋଇ ଥାନା ବିଞ୍ଝବାହାଳ ପଞ୍ଚାୟତ ଅନ୍ତର୍ଗତ ନୂଆଡିହ ଗ୍ରାମରେ ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ମନୋଜ ମୁଣ୍ଡାଙ୍କ ପରିବାର ଟଣ ଗ୍ରାମର ସମ୍ପର୍କୀୟଙ୍କ ଘରୁ ଏକ ଏକୋଇଶା ଉତ୍ସବରେ ଯୋଗଦେଇ ଅଟୋ ଯୋଗେ ଘରକୁ ଫେରୁଥିଲେ। ଟଣ ଉଚ୍ଚବିଦ୍ୟାଳୟ ନିକଟ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକଲ ସହ ଅଟୋଟି ମୁହାଁମୁହିଁ ଧକ୍କା ହେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ତିନିଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe