ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

Advertisment

ବିବାହର ଭିଡିଓ ସୁଟିଂ କରିବାକୁ ଯାଉଥିଲେ

ବିବାହର ଭିଡିଓ ସୁଟିଂ କରିବାକୁ ଯାଉଥିଲେ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଇରା ନିକଟରେ ଏକ ଅଟୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କୋମନା ଥାନା କୋନାବିରା ଗାଁର ଲକ୍ଷ୍ମଣ ମାଝୀ ଓରଫ ବୀର (୩୦ ବର୍ଷ) ଓ ଦରଗାଁର ଅଟୋ ଡ୍ରାଇଭର ଭୋଦେବ ବେହେରା (୩୫)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ କୋନାବିରା ଗାଁର ଜିତାମିତ୍ର ମାଝୀ (୨୮) ଗୁରୁତର ହୋଇଛନ୍ତି।

ଶୁକ୍ରବାର ରାତି ପ୍ରାୟ ୭ଟାରେ କୋନାବିରା ଗାଁର ଲକ୍ଷ୍ମଣ ଓ ଜିତାମିତ୍ର ଏକ ବାଇକ୍‌ (ଓଡି ୨୬ସି-୬୦୮୫)ରେ ବୋଡ଼େନ ଥାନା ଆମଗୁଡ଼ା​ ଗାଁକୁ ବିବାହର ଭିଡିଓ ସୁଟିଂ କରିବାକୁ ଯାଉଥିଲେ। ବିପରୀତ ଦିଗରୁ ଦରଗାଁର ଭୋଦେବ ନିଜ ଅଟୋ ଧରି ଗାଁକୁ ଫେରୁଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ ଓ୍ବେ ଖଇରା-କର୍ଲାକୋଟ ମଧ୍ୟସ୍ଥ ପୋଡ଼ାଖୁଟ ଗାଁ ଛକ ନିକଟରେ ଉଭୟ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଲକ୍ଷ୍ମଣ ଓ ଭୋଦେବଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଜିତାମିତ୍ରଙ୍କୁ ଉଦ୍ଧାର କରି ବୋଡ଼େନ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍ ଲକ୍ଷ୍ମଣ ଓ ଭୋଦେବଙ୍କ ମୃତଦେହକୁ ଉଦ୍ଧାର କରି ବୋଡ଼େନ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe